www.samajalive.in
Monday, December 8, 2025
27.1 C
Bhubaneswar

ବାତ୍ୟା ‘ମିଗ୍‌‌ଜୋମ’ ; ଚେନ୍ନାଇରେ ମୃତ୍ୟୁ ସଂଖ୍ୟା ୧୭

ଚେନ୍ନାଇ : ବାତ୍ୟା ମିଗ୍‌‌ଜୋମ୍‌‌ର ପ୍ରଭାବରେ ଚେନ୍ନାଇରେ ପରିସ୍ଥିତି ବେହାଲ ହୋଇପଡିଛି। ଏବେ ମଧ୍ୟ ଚେନ୍ନାଇରେ ଜଳ ଦୁର୍ଦ୍ଦଶା ଜାରି ରହିଛି। ରାସ୍ତାରେ ପାଣି ଲହଡି ଭାଙ୍ଗୁଥିବା ବେଳେ ଅଧିକାଂଶ ସ୍ଥାନରେ ପାଣି ପଶି ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ଲୋକଙ୍କ ଘର ଭିତରେ ମଧ୍ୟ ପାଣି ପଶିଛି। ଏହା ମଧ୍ୟରେ ଚେନ୍ନାଇରେ ବାତ୍ୟା ମିଗ୍‌‌ଜୋମ୍‌‌ ପାଇଁ ମୃତ୍ୟୁ ସଂଖ୍ୟା ୧୭ରେ ପହଞ୍ଚି ସାରିଛି। ଅନେକ ହୋଟେଲରୁ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଛି। ଲୋକେ ନିଜ ନିଜର ଗୃହପାଳିତ ପଶୁଙ୍କୁ ଧରି ଆଶ୍ରୟ ଖୋଜୁଛନ୍ତି। ଡିସେମ୍ବର ୫ରେ ବାତ୍ୟା ମିଗ୍‌‌ଜୋମ୍‌‌ ସ୍ଥଳଭାଗ ଛୁଇଁବା ପୂର୍ବରୁ ଓ ପରେ ଚେନ୍ନାଇରେ ପ୍ରବଳ ବର୍ଷା ଲାଗି ରହିଥିଲା।
ପୁଲିସ ଠାରୁ ମିଳିଥିବା ସୂଚନାନୁସାରେ ବିଦ୍ୟୁତ୍‌‌ ଆଘାତ କାରଣରୁ ୧୦ଟି ଘଟଣା ସାମ୍ନାକୁ ଆସିଛି। ସେମାନଙ୍କ ଚିକିତ୍ସା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ବାତ୍ୟା ‘ମିଗ୍‌‌ଜୋମ୍‌‌’ କେନ୍ଦ୍ରୀୟ ଉପକୂଳ ଆନ୍ଧ୍ରପ୍ରଦେଶରେ ଏକ ଗଭୀର ଅବପାତରେ ପରିଣତ ହୋଇ ଦୁର୍ବଳ ହୋଇଛି ବୋଲି ବୁଧବାର ଭାରତ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

 

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories