www.samajalive.in
Saturday, December 6, 2025
16.1 C
Bhubaneswar

ସନାତନ ହରିଚନ୍ଦନ ଡିଗ୍ରୀ ମହାବିଦ୍ୟାଳୟ (ମଦନପୁର) ପକ୍ଷରୁ ମାଗଣା ସ୍ବାସ୍ଥ୍ୟ ଶିବିର ଆୟୋଜିତ

ଭୁବନେଶ୍ୱର : ସନାତନ ହରିଚନ୍ଦନ ଡିଗ୍ରୀ ମହାବିଦ୍ୟାଳୟ (ମଦନପୁର) ପକ୍ଷରୁ ମାଗଣା ସ୍ବାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି । ସମନ୍ଵିତ ଯୁବ ବିକାଶ ଯୋଜନା ଅନ୍ତର୍ଗତ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଛନ୍ତି ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଦାସ । ସନାତନ ହରିଚନ୍ଦନ ଡିଗ୍ରୀ ମହାବିଦ୍ୟାଳୟ ସହ ସ୍ପର୍ଶ ହସପିଟାଲର ମିଳିତ ଆନୁକୁଲ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି  । ଏହି ସ୍ଵାସ୍ଥ୍ୟ ଶିବିରରେ ଆଖପାଖ ଅଂଚଳର ୧୪୨ ଲୋକ ନିଜର ସ୍ଵାସ୍ଥ୍ୟ ପରୀକ୍ଷା କରାଇଛନ୍ତି । ବିଶେଷ କରି ସ୍ତ୍ରୀ ଓ ପ୍ରସୂତି ବିଭାଗ ସହ ଚକ୍ଷୁ ଓ ଭେଷଜ ବିଜ୍ଞାନର ବରିଷ୍ଠ ଚିକିତ୍ସକ କାର୍ଯ୍ୟକ୍ରମରେ ସେବା ଯୋଗାଇଛନ୍ତି । ଏହାସହ ମହାବିଦ୍ୟାଳୟର ଏନଏସଏସ ସ୍ବେଚ୍ଛାସେବୀଙ୍କ ସହ ଭାରତ ସ୍କାଉଟ ଆଣ୍ଡ ଗାଇଡ ତଥା ରେଡକ୍ରସର ସ୍ବେଚ୍ଛାସେବୀ ମାନେ ଯୋଗ ଦେଇଥିଲେ । ଅନ୍ୟପଟେ କାର୍ଯ୍ୟକ୍ରମର ନୋଡାଲ ଅଫିସର ଅଶୋକ କୁମାର ସୁବୁଦ୍ଧିଙ୍କ ସହ ପଞ୍ଚାନନ ମଙ୍ଗରାଜ, ହିମାଂଶୁ ବାଳା ସାସ୍ମଲ୍, ପଦ୍ମଜା ନନ୍ଦ, ଗୀତାଞ୍ଜଳି ସୁବୁଦ୍ଧି, ମୋନାଲିସା ମହାନ୍ତି, ବୀଣାପାଣି ଆଚାର୍ଯ୍ୟ, ଅରୁଣ ସାହୁ, ପ୍ରବୋଧ ଜେନା ଓ ମହେନ୍ଦ୍ର ରଣସିଂହ ପ୍ରମୁଖ ଯୋଗ ଦେଇଥିଲେ । ସମ୍ପୂର୍ଣ୍ଣ ଶିବିରରେ ଲୋକଙ୍କୁ ମାଗଣାରେ ଚିକିତ୍ସା ସେବା ମହାବିଦ୍ୟାଳୟ ଯୋଗାଇଦେଇଛି ।

- Advertisement -

 

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଭିନ୍ନ ଭିନ୍ନ ଦୂରତ୍ବ ପାଇଁ କମ୍ପାନୀ ନେବେ ଏତିକି ଟଙ୍କା

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories