www.samajalive.in
Wednesday, December 10, 2025
26.1 C
Bhubaneswar

ଶ୍ରୀ ଅରବିନ୍ଦଙ୍କ ମହାପ୍ରୟାଣ ଦିବସରେ ଆଲୋଚନା ଚକ୍ର

କଟକ: ଉଚ୍ଚତର ଚେତନା ଯୋଗୁଁ ମନୁଷ୍ୟକୁ ଅନ୍ୟ ପ୍ରାଣୀ ଠାରୁ ଅଲଗା ଭାବରେ ଦେଖାଯାଇଥାଏ। ମାନବୀୟ ଚେତନାରେ ସଂସ୍କାର ଯୁକ୍ତ ଵିଵର୍ତ୍ତନ ସଂଗଠିତ ହେଲେ ମଣିଷ ବ୍ୟବହାରରେ ମାନବିକତା ଓ ସାମାଜିକ ମୂଲ୍ୟବୋଧ ପରିଲକ୍ଷିତ ହୁଏ। ଏହି କାରଣରୁ ମନୁଷ୍ୟ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ କୁ ବୁଝିପାରେ ତଥା ଅଜ୍ଞାନରୁ ଜ୍ଞାନ ଆଡ଼କୁ, ଅନ୍ଧାରରୁ ଆଲୋକ ଆଡ଼କୁ ଏବଂ ମୃତ୍ୟୁରୁ ମୋକ୍ଷ ଆଡ଼କୁ ଅଗ୍ରସର ହୋଇଥାଏ। ମହାଯୋଗୀ ଶ୍ରୀ ଅରବିନ୍ଦଙ୍କ ମହାପ୍ରୟାଣ ଦିବସରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ଶିକ୍ଷା ବିଭାଗ ଦ୍ଵାରା ଆୟୋଜିତ ସଙ୍ଗୋଷ୍ଠୀ-ବ୍ୟାଖ୍ୟାନରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଉପରୋକ୍ତ ମନ୍ତବ୍ୟ ରଖିଥିଲେ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଭେଷଜ ମହାବିଦ୍ୟାଳୟ ମେଡିସିନ ବିଭାଗର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ବିରଞ୍ଚି ନାରାୟଣ ମହାପାତ୍ର।

‘ଶ୍ରୀ ଅରବିନ୍ଦଙ୍କ ଯାତ୍ରା ଓ ଦର୍ଶନ’ ଶୀର୍ଷକ ବ୍ୟାଖ୍ୟାନ ପ୍ରଦାନ କରି ପ୍ରଫେସର ମହାପାତ୍ର କହିଥିଲେ ଯେ ଚେତନାରେ ଆରୋହଣ- ଅବରୋହଣ ପ୍ରକ୍ରିୟା ସଂଘଟିତ ହେଲେ ଶାନ୍ତି ପୂର୍ଣ୍ଣ ମାନବୀୟ ଜୀବନ ସଂଭଵ ହୋଇ ପାରିବ। ମାନବୀୟ ଚିନ୍ତନ, ବ୍ୟବହାର ଓ କାର୍ଯ୍ୟ ଅତିମାନସିକ ସ୍ତରରୁ ନିୟନ୍ତ୍ରିତ ହେଲେ ମାନବୀୟ ସମସ୍ୟାର ଅନ୍ତ ଘଟିଵ ଏବଂ ମନୁଷ୍ୟକୁ ଉଭୟ ନିର୍ଜୀବ ଓ ସଜୀବ ମଧ୍ୟରେ ଚେତନାର ଉପସ୍ଥିତି ଦୃଶ୍ୟମାନ ହେବ। ଯାହା ଦ୍ୱାରା ପ୍ରତ୍ୟେକ ମଣିଷ ଆତ୍ମଜ୍ଞାନୀ ହୋଇ ପାରିବେ ଏବଂ ମାନବୀୟ ସମାଜର ନିର୍ମାଣ ହୋଇପାରିବ। ଏହି ସଙ୍ଗୋଷ୍ଠୀ-ବ୍ୟାଖ୍ୟାନରେ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ପ୍ରଫେସର ଗୋୖରାଙ୍ଗ ଚରଣ ନନ୍ଦ କହିଲେ ଯେ ବେଦାନ୍ତ ହେଉଛି ଭାରତୀୟ ଦର୍ଶନର ସାରମର୍ମ। ଏହାକୁ ଆଦି ଶଙ୍କରାଚାର୍ଯ୍ୟ ଆଗକୁ ବଢ଼ାଇଥିବା ବେଳେ ପରବର୍ତ୍ତୀ ତିନି ଦାର୍ଶନିକ ସ୍ଵାମୀ ଦୟାନନ୍ଦ, ସ୍ଵାମୀ ବିବେକାନନ୍ଦ ଓ ଯୋଗୀ ଶ୍ରୀ ଅରବିନ୍ଦ ଏହି ଜ୍ଞାନକୁ ଲୋକାଭିମୁଖୀ କରିଥିଲେ। ଏଥିରେ ଈଶ୍ୱରୀୟ ଅବଧାରଣା, ମାନବର ପୂର୍ଣ୍ଣାଙ୍ଗ ବିକାଶ, ପୂର୍ଣ୍ଣାଙ୍ଗ ଶିକ୍ଷା, ମାନବିକତା ଆଦି ମାନବୀୟ ଓ ସାମାଜିକ ତତ୍ତ୍ଵର ବିକାଶ ଘଟିଲା। ବିଭାଗର ବରିଷ୍ଠ ପ୍ରାଧ୍ୟାପକ ପ୍ରଫେସର ସୁଦର୍ଶନ ମିଶ୍ର ବ୍ୟାଖ୍ୟାନର ସାରାଂଶ ଉପସ୍ଥାପନ କରିଥିଲେ। ବିଭାଗର ଶତାଧିକ ବିଦ୍ୟାର୍ଥୀ ଏବଂ ପ୍ରାଧ୍ୟାପକ ମାନେ ସଙ୍ଗୋଷ୍ଠୀ-ବ୍ୟାଖ୍ୟାନରେ ଉପସ୍ଥିତ ରହି ପ୍ରଶ୍ନୋତ୍ତର କାଳରେ ଭାଗ ନେଇଥିଲେ। ବିଭାଗୀୟ ଅଧ୍ୟକ୍ଷ ଡକ୍ଟର ଶରତ କୁମାର ରାଉତ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ଦେଇଥିଲେ।

Hot this week

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

Related Articles

Popular Categories