ଯାଜପୁର: ଜାନୁଆରୀ ମାସ ୨୭ ତାରିଖରୁ ଆରମ୍ଭ ହେବ କଳିଙ୍ଗ ନଗର ଷ୍ଟିଲ କନକ୍ଲେଭ୍। ସପ୍ତାହ ବ୍ୟାପୀ ଆୟୋଜିତ ହେବ ଏହି ଷ୍ଟିଲ୍ କନକ୍ଲେଭ। ଏଥିପାଇଁ ଆଜି କଳିଙ୍ଗ ନଗର ଠାରେ ଏକ ପ୍ରସ୍ତୁତି ବୈଠକ ସୁକିନ୍ଦା ବିଧାୟକ ତଥା ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଛି। ବୈଠକରେ ଶିଳ୍ପାନୁଷ୍ଠାନର ପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀଙ୍କ ସହ ବିଭିନ୍ନ ଆଲୋଚନା ହୋଇଥିଲା। ଏହି ସମୟରେ ପ୍ରତ୍ୟେକ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହେବ ବୋଲି ନିଷ୍ପତି ଗ୍ରହଣ କରାଯାଇଛି।
Popular Categories



