www.samajalive.in
Monday, December 8, 2025
24.1 C
Bhubaneswar

ଭାରତ-କ୍ରିକେଟ ଅଷ୍ଟ୍ରେଲିଆ ଅଭ୍ୟାସ ମ୍ୟାଚ ଡ୍ର

ସିଡ୍‍ନୀ : ଏଠାରେ ଭ୍ରମଣକାରୀ ଭାରତ ଓ କ୍ରିକେଟ ଅଷ୍ଟ୍ରେଲିଆ ଏକାଦଶ ମଧ୍ୟରେ ଚାଲିଥିବା ଚାରିଦିନିଆ ଅଭ୍ୟାସ ମ୍ୟାଚ ଅମୀମାଂସିତ ଭାବେ ଶେଷ ହୋଇଛି। ଭାରତର ପ୍ରଥମ ଇନିଂସ ସ୍କୋର ୩୫୮ ରନ ଜବାବରେ କ୍ରିକେଟ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୫୪୪ ରନ୍‍ରେ ଅଲଆଉଟ ହୋଇଥିଲା। ଦଳ ପକ୍ଷରୁ ହ୍ୟାରୀ ନିଲସେନ ୧୦୦, ଆରୋନ ହାର୍ଡି ୮୬, ଡି’ଆର୍ସି ସର୍ଟ ୭୪ ଓ ମ୍ୟାକ୍ସ ବ୍ରିୟାଣ୍ଟ୍‍ ୬୨ ରନ କରିଥିଲେ। ଭାରତ ପକ୍ଷରୁ ମହମ୍ମଦ ସାମି ୩ଟି ଓ ରବିଚନ୍ଦ୍ରନ ଅଶ୍ୱିନ ୨ଟି ୱିକେଟ ଅକ୍ତିଆର କରିଥିଲେ। ୧୮୬ ରନ ପଛରେ ଥାଇ ଦ୍ୱିତୀୟ ଇନିଂସ ଆରମ୍ଭ କରିଥିବା ଭାରତ ଚତୁର୍ଥ ଦିନ ଶେଷ ସୁଦ୍ଧା ୨ ୱିକେଟ ବିନିମୟରେ ୨୧୧ ରନ କରିଥିଲା। ଲୋକେଶ ରାହୁଲ ଓ ମୁରଲୀ ବିଜୟ ପ୍ରଥମ ୱିକେଟ ପାଇଁ ୧୦୯ ରନ ଯୋଗକରିବା ପରେ ରାହୁଲ ବ୍ୟକ୍ତିଗତ ୬୨ ରନ କରି ଆଉଟ ହୋଇଥିଲେ। ବିଜୟ ୧୬ଟି ଚୌକା ଓ ୫ଟି ଛକା ସହାୟତାରେ ୧୨୯ ରନ କରି ଆଉଟ ହୋଇଥିବାବେଳେ ହନୁମା ବିହାରି ୧୫ ରନରେ ଅପରାଜିତ ଥିଲେ। କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ ଡାନିଏଲ ଫଲିନ୍‍ସ ଓ ଡି’ଆର୍ସି ସର୍ଟ ପ୍ରତ୍ୟେକ ଗୋଟିଏ ୱିକେଟ ପାଇଥିଲେ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories