www.samajalive.in
Saturday, December 13, 2025
15.1 C
Bhubaneswar

ପୂର୍ବତନ ବିଧାୟକ ରସାନନ୍ଦ ସାହୁଙ୍କ ସ୍ମୃତି ଉଦ୍ଦେଶ୍ୟରେ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭା

ଗୁରୁଡିଝାଟିଆ – ଆଠଗଡ-ଚୌଦ୍ୱାରର ପୂର୍ବତନ ବିଧାୟକ ତଥା ରାଜ୍ୟ ସଡକ ପରିବହନ ନିଗମର ପୂର୍ବତନ ଅଧ୍ୟକ୍ଷ ରସାନନ୍ଦ ସାହୁଙ୍କ ବିୟୋଗରେ ସର୍ବଦଳୀୟ ସ୍ମୃତିସଭା ଗୁରୁଡିଝାଟିଆ-କୋତରରେ ଅନୁଷ୍ଠିତ ହୋଇଛି । ଶିକ୍ଷାବିତ୍‌ ବିମ୍ବାଧର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସ୍ମୃତିସଭାରେ ସ୍ଥାନୀୟ ବିଧାୟକ ତଥା କୃଷି,ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଯୋଗଦେଇ ସ୍ୱର୍ଗତ ସାହୁ ଙ୍କ ସ୍ପଷ୍ଟବାଦିତା ,ସାଲିସବିହୀନ ବ୍ୟକ୍ତିତ୍ୱ,ସାଧାରଣ ଜନତାଙ୍କ ପାଇଁ ସମର୍ପିତ ଭାବ ,ଉତ୍ତରପିଢୀଙ୍କ ପାଇଁ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ସଂପର୍କରେ ଆଲୋକପାତ କରିବା ସହିତ ସ୍ୱର୍ଗତ ସାହୁଙ୍କ ବିୟୋଗ ଆଠଗଡ ଓ ଚୌଦ୍ୱାର ନିର୍ବାଚନ ମଣ୍ଡଳୀ ପାଇଁ ଅପୁରଣୀୟ କ୍ଷତି ବୋଲି କହିଥିଲେ । ସ୍ମୃତିରକ୍ଷା ପାଇଁ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବା ନିମନ୍ତେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ରତିଶୃତି ଦେଇଥିଲେ ।

ରାଜ୍ୟ ସରକାରଙ୍କ ପୂର୍ବତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁ ,ପୂର୍ବତନ ସାଂସଦ ସୁବାସ ଚନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ସାହୁଙ୍କ ସ୍ମୃତିଚାରଣ କରିଥିଲେ । ଉପୋରକ୍ତ ଦୁଇ ନିର୍ବାଚନ ମଣ୍ଡଳୀର ଶତାଧିକ ଅନୁଗାମୀ ଶୁଭେଚ୍ଛୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିବା ବେଳେ ପ୍ରୁଅ ଅମୀୟ କୁମାର ସାହୁ ,ଅକ୍ଷୟ କୁମାର ସାହୁ ଓ ପରିବାର ସଦସ୍ୟ ଉପସ୍ଥିତ ରହିଥିଲେ । ରଶ୍ମୀରଞ୍ଜନ ସାହାଣୀଙ୍କ ସଂଯୋଜନାରେ ଅନୁଷ୍ଠିତ ସ୍ମୃତିସଭାରେ ସାହ୍ୟିତିକ ସୁରେଣ କୁମାର ପ୍ରଧାନ ଓ ସାମ୍ବାଦିକ ଶ୍ୱେତକାନ୍ତ ବେହେରା ସ୍ମୃତିସଭାକୁ ପରିଚାଳନା କରିଥିଲେ ।ସ୍ୱର୍ଗତ ସାହୁଙ୍କ ସ୍ମତି ଉଦ୍ଦେଶ୍ୟରେ ଆଲେଖ୍ୟ “ହାକରା” ସମ୍ବାଦପତ୍ରକୁ ମଞ୍ଚାସୀନ ଅତିଥିବୃନ୍ଦ ଉନ୍ମୋଚନ କରିଥିଲେ ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories