www.samajalive.in
Thursday, December 11, 2025
14.1 C
Bhubaneswar

ଫାଷ୍ଟାଫୁଡ୍‌ ଦୋକାନୀଙ୍କ ମୃତ ଦେହ ଉଦ୍ଧାର- ହତ୍ୟା କରାଯାଇଥିବା ପରିବାର ଲୋକଙ୍କ ଅଭିଯୋଗ

ଗୋପାଳପୁର – ଗୋପାଳପୁର ଥାନା ଅନ୍ତର୍ଗତ ରେଉ ସାହି ର ଏକ ଭଡ଼ା ଘରୁ ଜଣେ ଫାଷ୍ଟଫୁଡ ମାଲିକଙ୍କ ସନ୍ଦେହଜନକ ଅବସ୍ଥାରେ ଗଳିତ ମୃତ ଦେହ ପୁଲିସ ଉଦ୍ଧାର କରିଛି l ମୃତ ଯୁବକ ଜଣଙ୍କ ହେଲେ ଗାଙ୍ଗପୁର ଥାନାର ଖଇରପୁଟି ଗ୍ରାମର ଜଗନ୍ନାଥ ନାୟକ ବୟସ ୩୭ ବୋଲି ପୁଲିସ ସୂଚନା ଦେଇଛି। ମୃତକ ଜଗନ୍ନାଥ ଗତ ଜୁଲାଇ ମାସରୁ ଗୋପାଳପୁର ବସଷ୍ଟାଣ୍ଡ ଓ ପରେ ବେଳାଭୂମି ଅଞ୍ଚଳରେ ଏକ ଫାଷ୍ଟଫୁଡ ଦୋକାନ କରି ଆସୁଥିଲେ। ଏହା ସହ ଗତ ୩ ମାସ ହେଲା ରେଉ ସାହି ରେ ଭଡ଼ା ନେଇ ଅନ୍ୟ କେତେକ ଯୁବକଙ୍କ ସହ ରହି ଆସୁଥିଲେ। ମୃତ ଜଗନ୍ନାଥ ଙ୍କ ସହ କୁଲାଡ଼ ନିକଟସ୍ଥ ବାଉଡା ଗ୍ରାମର ରାଜେଶ ପ୍ରଧାନ, ଆସିକାର କାରିଗର ଜୟନ୍ତ ପଣ୍ଡା ପ୍ରମୁଖ ରହି ଆସୁଥିଲେ। ଅଭିଯୋଗ ଅନୁଯାୟୀ ଗତ ନଭେମ୍ବର ୨୮ ତାରିଖରେ ମୃତ ଯୁବକର ସାନ ଭାଇ ପୂର୍ଣଚନ୍ଦ୍ର ନାୟକ ଅପରାହ୍ନ ୪ ଟା ବେଳେ ସମୟରେ ଫୋନ ଯୋଗେ ଭାଇ ସହ କଥା ହୋଇଥିଲା l ୨୯ ତାରିଖ ଦିନ ସକାଳ ୫ ଟା ରେ ପୁଣି ଫୋନ କରିବା ସମୟରେ କଲ କିନ୍ତୁ ମୋବାଇଲ ବନ୍ଦ ରହିଥିଲା l ଗୁରୁବାର ଦିନ ସାନ ଭାଇ ଗୋପାଳପୁରରେ ପହଞ୍ଚି ମୃତକ ରହୁଥିବା ଜଗନ୍ନାଥ ଙ୍କ ଘରକୁ ଯାଇ ଖୋଜାଖୋଜି କରିବା ସହ ଘର ସମ୍ମୁଖରେ ତାଲା ପଡିଥିବା ବେଳେ ଜଗନ୍ନାଥ ବ୍ୟବହାର କରୁଥିବା ମୋଟରସାଇକେଲ ( ଓ ଆର ୦୨ ବି ଏଫ ୦୧୩୦) ସେଠାରେ ଥିବା ଦେଖି ବାହାରକୁ କୁଆଡ଼େ ଯାଇଥିବ ବ ଭାବି ଫେରି ଯାଇଥିଲେ।

ଜଗନ୍ନାଥ ଙ୍କ କୌଣସି ଖବର ନମିଳିବାରୁ ସକାଳେ ଭାଇ ପୂର୍ଣ୍ଣ ପୁଣିଥରେ ଗୋପାଳପୁର ପହଞ୍ଚି ଭଡ଼ା ଘରୁ ନିକଟକୁ ଯାଇଥିଲେ । ଘର ଭିତରୁ ପ୍ରବଳ ଦୁର୍ଗନ୍ଧ ଆସୁଥିବାରୁ ସନ୍ଦେହ କରି ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ କୁ ଭିତ୍ତି କରି ପୁଲିସ ପହଞ୍ଚି ଦୁର୍ଗନ୍ଧ ବାହାରୁଥିବାର ଦେଖି ଆରକ୍ଷୀ ଅଧିକ୍ଷକ ଡ଼ ଶ୍ରବଣ ବିବେକ କୁମାର ଙ୍କୁ ଅବଗତ କରାଇବା ସହ ମାଜିଷ୍ଟ୍ରେଟ ଭାବେ କନିଷି ଅତିରିକ୍ତ ତସିଲଦାର ସୋମେଶ ରଣବୁଜି ଏବଂ ଭାରପ୍ରାପ୍ତ ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ, ଗୋପାଳପୁର ଥାନା କର୍ମଚାରୀ ସମେତ ସାଇଣ୍ଟିଫିକ ଟିମ୍ ଉପସ୍ଥିତ ରେ ରହି ମୁଖ୍ୟ କବାଟର ତାଲା ଭାଙ୍ଗା ଯାଇ ଘରର କବାଟ ଖୋଲି ଯାଇଥିଲା। ଏକ କୋଠରୀ ପରିସରରେ ଜଗନ୍ନାଥ ଙ୍କ ମୃତ ପଡ଼ିଥିବା ଦେଖିଥିଲେ l ସାଇଟିଫିକ ଟିମ ଘଟଣା ସ୍ଥଳରୁ ନମୂନା ସଂଗ୍ରହ ସହ ମୃତ ଦେହ ନିକଟରେ ପଡ଼ିଥିବା ଏକ ପଥର ସହ ଏକ ଲୁହା କବଜା , ଜଗନ୍ନାଥ ଙ୍କ ମୋବାଇଲ ଫୋନ କୁ ଜବତ କରିବା ସହ ଶବକୁ ଜବତ କରି ବ୍ରହ୍ମପୁର ବଡ ମେଡିକାଲ କୁ ବ୍ୟବଛେଦ ନିମନ୍ତେ ପଠାଇ ଦେଇଥିଲେ। ସନ୍ଧ୍ୟା ରେ ଆରକ୍ଷୀ ଅଧିକ୍ଷକ ଶ୍ରବଣା ବିବେକ ଏମ ପହଞ୍ଚି ଘଟଣା ସ୍ଥଳକୁ ତଦନ୍ତ କରି ଫେରି ଥିଲେ l ମୃତକଙ୍କ ଙ୍କ ଭାଇ ଙ୍କ ପକ୍ଷରୁ ତାଙ୍କ ଭାଇକୁ ହତ୍ୟା କରାଯାଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ କୁ ଭିତ୍ତି କରି ପୁଲିସ ପକ୍ଷରୁ ୪୯୬/୨୩ ମାମଲା ରୁଜୁ ତଦନ୍ତ ଚାଲୁ ରଖିବା ସହ ଜଗନ୍ନାଥ ଙ୍କ ସହ ରହୁଥିବା ଦୁଇ ଯୁବକଙ୍କ ସହ ଯୋଗାଯୋଗ କରାଯାଇ ତଦନ୍ତ କରା ଯାଉଥିବା ପୁଲିସ ସୂଚନା ଦେଇଛି।ମୃତକ ଜଣକ ବେଲଗୁଣ୍ଠା ବ୍ଲକ ରେ ଏକ ଖବରକାଗଜ ର ସାମ୍ବାଦିକ ଭାବେ କାର୍ଯ୍ୟ କରୁଥିବା ଜଣାପଡିଛି ।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories