www.samajalive.in
Thursday, December 11, 2025
13.1 C
Bhubaneswar

ନିରବ ପରେ ବିକ୍ରମ: ୮୦୦କୋଟି ଜାଲିଆତି

ନୂଆଦିଲ୍ଲୀ: ବ୍ୟାଙ୍କିଙ୍ଗ୍ ଜାଲିଆତିରେ ସମ୍ପୃକ୍ତ କୋଟିପତିଙ୍କ ତାଲିକା କ୍ରମଶଃ ବଢିବାରେ ଲାଗିଛି। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ପର୍ଦାଫାସ ପରେ ଏବେ ରୋଟୋମେକ୍‌ କମ୍ପାନୀ ମାଲିକ ବିକ୍ରମ କୋଠାରୀଙ୍କୁ ସିବିଆଇ ସୋମବାର ସକାଳେ କାନପୁରରୁ ଗିରଫ କରିଛନ୍ତି। ରବିବାର ରାତିରେ ବିକ୍ରମଙ୍କ ବିରୋଧରେ ସିବିଆଇ ମାମଲା ରୁଜୁ କରିଥିଲା। ସୋମବାର ସକାଳ ୪ଟା ବେଳେ କୋଠାରୀଙ୍କ କାନପୁର ସ୍ଥିତ ୩ଟି ସ୍ଥାନ ଉପରେ ଚଢଉ ଆରମ୍ଭ କରିଥିଲେ। ବ୍ୟାଙ୍କରୁ ନେଇଥିବା ୮୦୦କୋଟି ଟଙ୍କା ଫେରସ୍ତ କରି ନଥିବା ଅଭିଯୋଗରେ ଏହି ଚଢଉ ଆରମ୍ଭ ହୋଇଛି। ବ୍ୟାଙ୍କ ଅଫ ବରୋଦା ଦ୍ୱାରା ହୋଇଥିବା ଅଭିଯୋଗକୁ ଭିତ୍ତି କରି ଏହି ଚଢଉ ଆରମ୍ଭ ହୋଇଛି।

ରୋଟୋମେକ ପେନର ପ୍ରଚାର ପାଇଁ ବଲିଉଡ଼ ତାରକା ସଲମାନ ଖାନ୍‌ ବିଜ୍ଞାପନ କରିଥିଲେ। ଏହି କମ୍ପାନୀର ମାଲିକା ବ୍ୟାଙ୍କକୁ ୮୦୦କୋଟି ଟଙ୍କା ଫେରସ୍ତ ନ କରିବାରୁ ବ୍ୟାଙ୍କ ପକ୍ଷରୁ ସିବିଆଇ ନିକଟରେ ଅଭିଯୋଗ କରାଯାଇଥିଲା। ସିବିଆଇ ପକ୍ଷରୁ ଏ ସମ୍ପର୍କରେ ବିକ୍ରମଙ୍କ ପତ୍ନୀ ଓ ତାଙ୍କ ପୁଅ ମାନଙ୍କୁ ମଧ୍ୟ ପଚରାଉଚରା କରାଯାଉଛି।

- Advertisement -

ଆଳୁ ଖୋଳୁଖୋଳୁ ମହାଦେବ ପରି ବିକ୍ରମଙ୍କ ୠଣ ସମ୍ପର୍କରେ ତଦନ୍ତ କରିବାକୁ ଯାଇ ସିବିଆଇ ଏହି ଜାଲିଆତି ୮୦୦କୋଟି ନୁହେଁ ବରଂ ୩୦୦୦କୋଟିର ଜାଲିଆତି ବୋଲି ଜଣାପଡ଼ିଛି। ବିକ୍ରମ କେବଳ ବ୍ୟାଙ୍କ ଅଫ ବରୋଦା ନୁହେଁ ବରଂ ଏକାଧିକ ବ୍ୟାଙ୍କରେ ରୋଟୋମେକ୍‌ କମ୍ପାନୀ ନାମରେ ଋଣ ପଡ଼ି ରହିଛି ବୋଲି ଜଣା ପଡ଼ିଥିଲା। ୨୦୧୨ରେ ବିକ୍ରମ ସର୍ବପ୍ରଥମେ ଇହ୍ଲାବାଦ୍‌ ବ୍ୟାଙ୍କରୁ ୩୭୫କୋଟି ଟଙ୍କା ଋଣ ନେଇଥିଲେ। ଏହା ପରେ ୟୁନିୟନ ବ୍ୟାଙ୍କରୁ ମଧ୍ୟ ୪୩୨କୋଟି ଟଙ୍କା ଋଣ ତାଙ୍କୁ ମିଳି ଯାଇଥିଲା। ପୁଣି ଇଣ୍ଡିଆନ ଓଭରସିସ ବ୍ୟାଙ୍କରୁ ୧୪୦୦କୋଟି ଟଙ୍କା ଋଣ ନେବାରେ ସଫଳ ହୋଇଥିଲେ ବିକ୍ରମ କୋଠାରୀ। ସେହିପରି ବ୍ୟାଙ୍କ ଅଫ ଇଣ୍ଡିଆରୁ ୧୩୦୦କୋଟି ଓ ବ୍ୟାଙ୍କ ଅଫ ବରୋଦାରୁ ୬୦୦କୋଟି ଋଣ ନେଇଛନ୍ତି ବିକ୍ରମ କୋଠାରୀ। ବ୍ୟାଙ୍କ କର୍ମଚାରୀଙ୍କ ସହ ମିଶି ବିକ୍ରମ ୩ହଜାର କୋଟିରୁ ଊର୍ଦ୍ଧ୍ବ ଋଣ ହାତେଇ ନେଇଥିବା ଅଭିଯୋଗ ହେଉଛି। ଋଣ ନେଇଥିବା ସମସ୍ତ ଆକାଉଣ୍ଟକୁ ବ୍ୟାଙ୍କ ପକ୍ଷରୁ ଏନ୍‌ପିଏ(ନନ୍‌ ପାର୍ଫମିଂ ଆକାଉଣ୍ଟ) କରି ଦିଆଯାଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories