ବିଜେପିରେ ବିଧିବଦ୍ଧ ଭାବେ ସାମିଲ ହେଲେ ଅଭିନେତ୍ରୀ ଅପରାଜିତା

0

ଭୁବନେଶ୍ୱର: ବିଜେପିରେ ସାମିଲ ହେଲେ ଅଭିନେତ୍ରୀ ଅପରାଜିତା ମହାନ୍ତି । ଆଜି ବିଜେପି ରାଜ୍ୟ କାର୍ୟ୍ୟାଳୟରେ ବିଧିବଦ୍ଧ ଭାବରେ ବିଜେପିରେ ଅଭିନେତ୍ରୀ ଅପରାଜିତା ଯୋଗ ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଉପସ୍ଥିତିରେ ଅପରାଜିତା ମହାନ୍ତି ସାମିଲ ହୋଇଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଅପରାଜିତାଙ୍କୁ ଦଳୀୟ ଟୋପି ପିନ୍ଧାଇ ସ୍ବାଗତ କରିଥିଲେ ।

ସୂଚନା ଯୋଗ୍ୟ ଯେ ଗତ ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ଅପରାଜିତା ମହାନ୍ତି କଂଗ୍ରେସରେ ସାମିଲ ହୋଇଥିଲେ ଓ କଟକ ଲୋକସଭା ଆସନ ପାଇଁ କଂଗ୍ରେସର ପ୍ରାର୍ଥୀଭାବେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।

Leave A Reply