www.samajalive.in
Saturday, December 13, 2025
26.1 C
Bhubaneswar

ଭୁବନେଶ୍ବରରେ ପହଞ୍ଚିଲେ ଉତ୍ତରକାଶୀ ଟନେଲରୁ ଉଦ୍ଧାର ଓଡ଼ିଆ ଶ୍ରମିକ

ଭୁବନେଶ୍ୱର: ଶେଷରେ ନିଜ ମାଟିକୁ ଫେରିଲେ ଉତ୍ତରକାଶୀ ଟନେଲରୁ ଉଦ୍ଧାର ହୋଇଥିବା ଓଡ଼ିଆ ଶ୍ରମିକ। ଶ୍ରମ ମନ୍ତ୍ରୀ ସାରଦା ପ୍ରସାଦ ନାୟକଙ୍କ ସହ ଶୁକ୍ରବାର ଶ୍ରମିକମାନେ ଭୁବନେଶ୍ବରରେ ପହଞ୍ଚିଛନ୍ତି। ଭୁବନେଶ୍ବର ବିମାନ ବନ୍ଦରରେ ସେମାନଙ୍କୁ ପୁଷ୍ପମାଲ୍ୟ ଦେଇ ସ୍ବାଗତ କରାଯାଇଛି। ଗୁରୁବାର ସମସ୍ତ ୫ ଓଡ଼ିଆ ଶ୍ରମିକ ଋଷିକେଶ ଏମ୍ସରୁ ଡିସଚାର୍ଜ ହେବା ପରେ ଦିଲ୍ଲୀ ଆସି ଓଡ଼ିଶା ଭବନରେ ରହିଥିଲେ। ଶୁକ୍ରବାର ୪ ଶ୍ରମିକ ନିଜ ପରିବାର ସଦସ୍ୟଙ୍କ ସହ ଭୁବନେଶ୍ବରରେ ପହଞ୍ଚିଛନ୍ତି। ଅନ୍ୟଜଣେ ଶ୍ରମିକ ପରେ ଆସିବା ନେଇ ସୂଚନା ମିଳିଛି।

ଅପରପକ୍ଷେ, ଦୀର୍ଘ ଦିନର ସଂଗ୍ରାମ ପରେ ଟନେଲ ଭିତରୁ ବାହାରି ସୁରକ୍ଷିତ ନିଜ ମାଟିରେ ପହଞ୍ଚିବା ନେଇ ଖୁସି ପ୍ରକାଶ କରିଛନ୍ତି ସମସ୍ତ ଶ୍ରମିକ। ଏଥିସହ ରାଜ୍ୟ ସରକାରଙ୍କ ଉଦ୍ୟମ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେମାନେ କୃତଜ୍ଞତା ଜଣାଇଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories