www.samajalive.in
Sunday, December 14, 2025
26.1 C
Bhubaneswar

ଦିବ୍ୟାଙ୍ଗ ପିଲାଙ୍କ ପାଇଁ ବ୍ଲକ ସ୍ତରୀୟ ସାଂକୃତିକ ଓ କ୍ରୀଡା ପ୍ରତିଯୋଗିତା

କଣ୍ଟାବାଞ୍ଜି : ଦିବ୍ୟାଙ୍ଗ ପିଲାମାନଙ୍କୁ ନେଇ ବ୍ଲକ ସ୍ତରୀୟ ସାଂକୃତିକ ଓ କ୍ରୀଡା ପ୍ରତିଯୋଗିତା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଚାଟୁଅନକାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୋଟ ୯୦ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଉପସ୍ଥିତ ରହି ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ। ସମସ୍ତ ବିଭାଗରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରଷ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏବିଇଓ ଫକୀର ଚନ୍ଦ୍ର ବିଶି ଉପସ୍ଥିତ ରହି ସମସ୍ତ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ। ଏତତ ବ୍ୟତୀତ ଏହି କାର୍ଯ୍ୟକ୍ରମରେ ସିଆରସିସି  ଅମରେନ୍ଦ୍ର କୁମାର ବାଗ, ପ୍ରଧାନ ଶିକ୍ଷୟତ୍ରୀ ଅନିତା ତ୍ରିପାଠୀ, ବିଆରଟି ଜ୍ୟୋତି ବିକାଶ ବାରିକ, ସୁନିଲ କୁମାର ସାହୁ, ସିଆରସିସି ଅନୁପ ଦାସ, ଗଜ ପ୍ରସାଦ ଦାସ ଶିକ୍ଷକ ଗୋବିନ୍ଦ ବେହେରା,ସମ୍ୟରଂଜନ ସାହୁ, ଶାନ୍ତନୁ ବେଉରା, କିଶୋର ବରିହା, ରମେଶ ସାହୁ, ରାଜିନ୍ଦ୍ର ସେଠ, ସୁଶାନ୍ତ ରାଉତ, ମୋହନ ମହାପାତ୍ର, ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories