www.samajalive.in
Sunday, December 14, 2025
26.1 C
Bhubaneswar

ଆଉ ୫ ବର୍ଷ ବଢିଲା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା

ନୂଆଦିଲ୍ଲୀ : ଆଉ ୫ ବର୍ଷ ବଢିଲା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା। ଏହାଦ୍ୱାରା ୮୧ କୋଟି ଲୋକେ ଉପକୃତ ହେବେ। ଏନେଇ କ୍ୟାବିନେଟ୍‌‌ରେ ନିଷ୍ପତ୍ତି ହୋଇଥିବା ନେଇ ବୁଧବାର କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ସାମ୍ବାଦିକ ସମ୍ମିଳନୀ ଯୋଗେ ସୂଚନା ଦେଇଛନ୍ତି।
ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ଆଉ ପାଞ୍ଚ ବର୍ଷ ବୃଦ୍ଧି ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥିରେ ପ୍ରାୟ ୧୧.୮୦ ଲକ୍ଷ କୋଟି ଖର୍ଚ୍ଚ ହେବ।
କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ,ଗରିବ କଲ୍ୟାଣ ଅନ୍ନ ଯୋଜନା ଆସନ୍ତା ୧ ଜାନୁୟାରୀ ୨୦୨୪ ରୁ ଆସନ୍ତା ପାଞ୍ଚ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯିବ। କୋଭିଡ୍ ୧୯ ମହାମାରୀ ସମୟରେ ଏହି ଯୋଜନା ଆରମ୍ଭ ହୋଇଥିଲା। ଗତ ପାଞ୍ଚ ବର୍ଷ ମଧ୍ୟରେ ପ୍ରାୟ ୧୩.୫୦ କୋଟି ଭାରତୀୟ ଦାରିଦ୍ର୍ୟ ସୀମା ରେଖାରୁ ଉପରକୁ ଉଠିଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି। ଏହା ମୋଦୀ ସରକାରଙ୍କ ଏକ ବଡ ସଫଳତା।
ଅନୁରାଗ ଠାକୁର ସୂଚନା ଦେଇଛନ୍ତି , ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଡ୍ରୋନ୍ ଯୋଗାଇବା ପାଇଁ କେନ୍ଦ୍ର କ୍ୟାବିନେଟ୍ ମଧ୍ୟ ଏହି ଯୋଜନାକୁ ଅନୁମୋଦନ କରିଛି। କୃଷି ପାଇଁ କୃଷକଙ୍କୁ ଭଡା ସୂତ୍ରରେ ସେବା ଯୋଗାଇବା ପାଇଁ ୨୦୨୩-୨୪ ରୁ ୨୦୨୫-୨୦୨୬ ମଧ୍ୟରେ ୧୫,୦୦୦ ମନୋନୀତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଡ୍ରୋନ ଯୋଗାଇ ଦିଆଯିବ। ସରକାରଙ୍କ ଏହି ନିଷ୍ପତ୍ତି ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories