www.samajalive.in
Friday, December 12, 2025
19.1 C
Bhubaneswar

ଚୀନ୍‌ରେ କୋଇଲା ଖଣିରେ ଦୁର୍ଘଟଣା- ୧୧ ଶ୍ରମିକ ମୃତ

ବେଜିଂ – ଚୀନ୍‌ର ହେଇଲିଓନ୍‌ଜିଜାଙ୍ଗରେ ଥିବା କୋଇଲା ଖଣିରେ ଦୁର୍ଘଟଣା ଘଟି ୧୧ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି । ମଙ୍ଗଳବାରରେ କୋଇଲା ଖଣିରେ ଦୁର୍ଘଟଣା ଘଟିଥିଲା । ସେଠାକାର ସ୍ଥାନୀୟ ସମୟ ୨.୩୦ ଅପରାହ୍ନରେ ଏହି ଘଟଣା ଘଟିଥିଲା । ଚାପ ଯୋଗୁଁ ଖଣି ଧସିଯାଇଥିଲା । ସନ୍ଧ୍ୟା ସୁଦ୍ଧା ୧୧ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏବେ ସେଠାରେ ଉଦ୍ଧାର କାର୍ଯ୍ୟ ଚାଲିଥିଲ ମଧ୍ୟ ତାପମାତ୍ର ବିଯୁକ୍ତ ୧୭ ଡିଗ୍ରୀକୁ ଖସିଯାଇଛି । ଏଥିଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି ।

ଗତ ବର୍ଷ ଚୀନ୍‌ର ବିଭିନ୍ନ ଖଣିରେ ୧୬୮ଟି ଦୁର୍ଘଟଣା ଘଟିଥିଲା । ଏଥିରେ ୨୪୫ ଜଣଙ୍କର ମୃତ୍ୟୁ ହୋଇଥିଲା । ଚୀନ୍‌ରେ ଗତ କିଛି ବର୍ଷ ଧରି ଖଣିରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି । ମାତ୍ର ଏଠାରେ ଖଣିରେ ବହୁ କଷ୍ଟରେ ଶ୍ରମିକମାନେ ବିପଦଜନକ ଅବସ୍ଥାରେ କାମ କରନ୍ତି । ବିଭିନ୍ନ ଖଣିରେ ଦୁର୍ଘଟଣା ଘଟୁଥିଲେ ମଧ୍ୟ ପ୍ରକୃତ ତଥ୍ୟ ବାହାରକୁ ଆସି ନଥାଏ ।

Hot this week

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

Related Articles

Popular Categories