www.samajalive.in
Sunday, December 14, 2025
14.1 C
Bhubaneswar

ଆଜିଠାରୁ ଐତିହାସିକ ବାଲିଯାତ୍ରା

କଟକ : କଟକର ଐତିହାସିକ ବାଲିଯାତ୍ରା ମହୋତ୍ସବ ସୋମବାର କାର୍ତ୍ତିକ ପୂର୍ଣ୍ଣିମାଠାରୁ ଆରମ୍ଭ ହେବ। ରାଜ୍ୟସ୍ତରୀୟ ଏହି ମହୋତ୍ସବକୁ ଜାକଜମକରେ ପାଳନ କରିବା ପାଇଁ ଜିଲା ପ୍ରଶାସନ, କଟକ ମହାନଗର ନିଗମ(ସିଏମସି), କଟକ ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ) ଏବଂ ପୁଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ବାଲିଯାତ୍ରା ପାଇଁ ଉଭୟ ମେଳା ପଡ଼ିଆ ଆଲୋକମାଳାରେ ଝଲସୁଛି।
ଚଳିତବର୍ଷ ବାଲିଯାତ୍ରାରେ ୧୪୦୦ରୁ ଊର୍ଦ୍ଧ୍ବ ଷ୍ଟଲ ଖୋଲିଥିବାବେଳେ ଓରମାସ ପକ୍ଷରୁ ୪୫୦ଷ୍ଟଲ ଖୋଲିଛି। ବାଲିଯାତ୍ରାରେ ପ୍ରଶାସନ ପକ୍ଷରୁ ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଉଭୟ ବଲିଉଡ ଏବଂ ଓଲିଉଡର ପ୍ରସିଦ୍ଧ କଳାକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ। ମେଳାକୁ ସରସସୁନ୍ଦର କରିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଛି। ଆଇନଶୃଙ୍ଖଳା ରକ୍ଷା ପାଇଁ ୭୦ପ୍ଲାଟୁନ ଫୋର୍ସ ଉଭୟ ଉପର ଓ ତଳ ମେଳା ପଡ଼ିଆରେ ମୁତୟନ କରାଯାଇଛି। ଆଜି ସନ୍ଧ୍ୟାରେ ଏହି ମହୋତ୍ସବ ଆନୁଷ୍ଠାନିକ ଭାବେ ଉଦ୍‌‌ଘାଟନ ହେବ। ଅର୍ଥ ମନ୍ତ୍ରୀ ବିକ୍ରମକେଶରୀ ଆରୁଖ ମୁଖ୍ୟଅତିଥି ଏବଂ ଅବିଭକ୍ତ କଟକ ଜିଲାର ପ୍ରାୟ ସମସ୍ତ ମନ୍ତ୍ରୀ, ବିଧାୟକ ଓ ସାଂସଦ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

Hot this week

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

ମହାନଦୀ ପ୍ରସଙ୍ଗରେ ରାଜନୀତି ସରଗରମ

୨୨ରେ ଉଚ୍ଚସ୍ତରୀୟ କମିଟିର ପ୍ରଥମ ବୈଠକ ରାଜ୍ୟ ସରକାର ଆଭିମୁଖ୍ୟ ସ୍ପଷ୍ଟ...

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

Related Articles

Popular Categories