BJD Bijuli 480×75 Mob

ଧବଳେଶ୍ୱର ପୀଠରେ ବଡଓଷା, ମନ୍ଦିରର କବାଟ ଭାଙ୍ଗିଲେ ଶ୍ରଦ୍ଧାଳୁ

BJD Bijuli 480×75 Mob

ଡେସ୍କ : କଟକ ଜିଲ୍ଲା ଆଠଗଡ଼ ସ୍ଥିତ ପ୍ରସିଦ୍ଧ ଶୈବ ପୀଠ ବାବା ଧବଳେଶ୍ୱରଙ୍କ ମନ୍ଦିରର କବାଟ ଭାଙ୍ଗି ଆଜି ଶ୍ରଦ୍ଧାଳୁ ବାବାଙ୍କୁ ଦର୍ଶନ କରିଛନ୍ତି । ପଞ୍ଚକର ବଡ଼ଓଷାରେ ପୂଜକଙ୍କ ଧାରଣା ଯୋଗୁଁ ଗତକାଲି ଠାରୁ ଶ୍ରଦ୍ଧାଳୁ ପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ରହିଥିଲେ। ଯାହାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା।
ଆଜି ବାବା ଧବଳେଶ୍ୱର ବଡସିଂହାର ବେଶ ସହିତ ରାଜରାଜେଶ୍ୱର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଏହି ଉପଲକ୍ଷେ ଆଜି ୧୦୮ ଗରା ସୁବାଷିତ ଜଳରେ ବାବାଙ୍କୁ ସ୍ନାନ କରାଯାଇଥିଲା। ଏହାପରେ ମଙ୍ଗଳ ଆଳତୀ ଭୋଗ ଖେଚୁଡ଼ି ଭୋଗ ଲାଗି କରାଯାଇଥିଲା । ଏହାପରେ ଘର୍ଷଣ ଭୋଗ ପ୍ରସ୍ତୁତ କରାଯାଇଥିଲା । ମଧ୍ୟାହ୍ନରେ ବାବାଙ୍କୁ ଅନ୍ନ, ଡାଲମା, କ୍ଷିରୀ, ଖେଚୁଡ଼ି ଭୋଗ ଲାଗି କରାଯାଇଥିଲା । ସଂନ୍ଧ୍ୟାରେ ବାବାଙ୍କ ସ୍ନାନ କରାଯାଇ ରାଜରାଜେଶ୍ୱର ବେଶ ସହିତ ବାବାଙ୍କ ବଡ ସିଂହାର ବେଶ ଅନୁଷ୍ଠିତ ହେବ। ପରମ୍ପରା ମୁତାବକ ରାତିରେ ଗଜଭୋଗ ଲାଗି କରାଯିବ। ଆସନ୍ତାକାଲି ଗଜଭୋଗ ବିତରଣ କରାଯିବ।

Comments are closed.