ରାଜସ୍ଥାନ ବିଧାନସଭା ନିର୍ବାଚନ : ପ୍ରଚାର ଶେଷ, ଶନିବାର ଭୋଟ୍
ଜୟପୁର : ରାଜସ୍ଥାନ ବିଧାନସଭା ନିର୍ବାଚନ ନିମନ୍ତେ ପ୍ରଚାର କାର୍ଯ୍ୟ ଗୁରୁବାର ଶେଷ ହୋଇଛି । ରାଜ୍ୟର ୨୦୦ଟି ଆସନ ମଧ୍ୟରୁ ୧୯୯ଟି ଆସନରେ ଶନିବାର ଭୋଟ୍ ଗ୍ରହଣ ହେବ । ଶ୍ରୀ ଗଙ୍ଗାନଗର ଆସନରେ କଂଗ୍ରେସ ପ୍ରାର୍ଥୀ ଗୁରୁମିତ ସିଂ କନୌରଙ୍କ ପରଲୋକ ଯୋଗୁଁ ସେଠାରେ ନିର୍ବାଚନ ସ୍ଥଗିତ ରଖାଯାଇଛି । ଶନିବାର ରାଜ୍ୟରେ ୫ କୋଟି ୨୫ ଲକ୍ଷ ଭୋଟର ମତଦାନ କରିବେ ।
ପ୍ରଚାରର ଶେଷଦିନରେ ବିଜେପି ଓ କଂଗ୍ରେସ ପକ୍ଷରୁ ବ୍ୟାପକ ପ୍ରଚାର କରାଯାଇଥିଲା । ଇତିମଧ୍ୟରେ ନିର୍ବାଚନ କମିଶନ ପକ୍ଷରୁ ରାଜସ୍ଥାନ ବିଧାନସଭା ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୁଦ୍ଧରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ବିବାଦୀୟ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ତାଙ୍କୁ ନୋଟିସ ଜାରି କରାଯାଇଛି । ଆସନ୍ତାକାଲି ସୁଦ୍ଧା ଏହି ନୋଟିସ୍ର ଜବାବ
ଦେବାକୁ କମିଶନ ପକ୍ଷରୁ କୁହାଯାଇଛି।
Comments are closed.