www.samajalive.in
Monday, December 8, 2025
27.1 C
Bhubaneswar

ସତ୍ୟେନ୍ଦ୍ର ଜୈନଙ୍କୁ ଜେରା ପାଇଁ ସିବିଆଇକୁ ଅନୁମତି

ନୂଆଦିଲ୍ଲୀ : ଏକ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଦିଲ୍ଲୀ ଆପ୍‍ ସରକାରଙ୍କର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର କୁମାର ଜୈନଙ୍କୁ ଜେରା କରିବାପାଇଁ କେନ୍ଦ୍ର ସରକାର ସିବିଆଇକୁ ଅନୁମତି ପ୍ରଦାନ କରିଛନ୍ତି। ୨୦୧୭ ଅଗଷ୍ଟ ମାସରେ ସିବିଆଇ ରୁଜ୍ଜୁ କରିଥିବା ଏକ ମାମଲାରେ ଶ୍ରୀ ଜୈନ୍‍ଙ୍କୁ ଜେରା କରିବାଲାଗି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅନୁମତି ପ୍ରଦାନ କରିଛି। ଶ୍ରୀ ଜୈନ ସରକାରରେ ଥାଇ ପ୍ରଚୁର ପରିମାଣର ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ରହିଛି। ୨୦୧୫ ଫେବୃୟାରୀ ମାସଠାରୁ ଗତବର୍ଷ ମେ’ ମାସ ମଧ୍ୟରେ ସେ ୧ କୋଟି ୬୨ ଲକ୍ଷ ଟଙ୍କାର ସମ୍ପତ୍ତି ଠୁଳ କରିଛନ୍ତି। ସିବିଆଇ କହିଛି, ତଦନ୍ତବେଳେ ଶ୍ରୀ ଜୈନ୍‍ ଓ ତାଙ୍କର କିଛି ସହଯୋଗୀ ୪ କୋଟି ୬୩ ଲକ୍ଷ ଟଙ୍କାର କଳାଧନକୁ ଆଇନସମ୍ମତ କରିଥିଲେ ବୋଲି ଜଣାପଡ଼ିଛି। ୨୦୧୫-୧୬ରେ ଦିଲ୍ଲୀରେ ବହୁ ନକଲି କମ୍ପାନୀ ପ୍ରତିଷ୍ଠା କରି ସେମାନେ ଏଭଳି କଳାଧନକୁ ଆଇନସମ୍ମତ କରିଥିଲେ।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories