www.samajalive.in
Friday, December 12, 2025
17.1 C
Bhubaneswar

ବିନା ଭିସାରେ ଆମେରିକାରେ ୭.୨୫ ଲକ୍ଷ ଭାରତୀୟ

ନୂଆଦିଲ୍ଲୀ : ଆମେରିକାରେ ବେଆଇନ ପ୍ରବାସୀଙ୍କ ମଧ୍ୟରେ ଭାରତୀୟଙ୍କ ସଂଖ୍ୟା ତୃତୀୟ ସ୍ଥାନରେ ରହିଛି। ମେକ୍ସିକୋ ଓ ଅଲ ସାଲଭାଡୋର ପରେ ସବୁଠୁ ଅଧିକ ଭାରତୀୟ ବେଆଇନ ଭାବେ ଆମେରିକାରେ ବାସ କରୁଛନ୍ତି। ପ୍ୟୁ ରିସର୍ଚ୍ଚ ସେଣ୍ଟରର ସର୍ବେକ୍ଷଣ ଅନୁସାରେ ଆମେରିକାରେ ପ୍ରାୟ ୭,୨୫,୦୦୦ ଭାରତୀୟ ବେଆଇନ ପ୍ରବାସୀ ରୂପେ ବାସ କରୁଛନ୍ତି। ୨୦୨୧ ସୁଦ୍ଧା ଦେଶରେ ୧୦.୫ ନିୟୁତ ପ୍ରବାସୀ ବେଆଇନ ଭାବେ ବାସ କରୁଥିଲେ। ଏହା ଆମେରିକା ଜନସଂଖ୍ୟାର ପ୍ରାୟ ତିନି ପ୍ରତିଶତ। ୨୦୨୧ରେ ଦେଶର ୩୯ ପ୍ରତିଶତ ବେଆଇନ ପ୍ରବାସୀ ମେକ୍ସିକୋରୁ ଥିଲେ। ମେକ୍ସିକୋରୁ ୪.୧ ନିୟୁତ, ଅଲ ସାଲବାଡୋର ୮,୦୦,୦୦୦, ଭାରତ ୭,୨୫,୦୦୦ ଓ ଗୁଏଟମାଲା ୭,୦୦,୦୦୦ ପ୍ରବାସୀ ବେଆଇନ ଭାବେ ଆମେରିକାରେ ବାସ କରୁଛନ୍ତି। ୨୦୨୨ ଅକ୍ଟୋବରରୁ ୨୦୨୩ ସେପ୍ଟେମ୍ୱର ମଧ୍ୟରେ ୯୬,୯୧୭ ଭାରତୀୟଙ୍କୁ ବିନା କାଗଜପତ୍ରରେ ଆମେରିକାରେ ପ୍ରବେଶ କାରଣରୁ ଅଟକ ରଖାଯାଇଥିଲା। କରୋନା ପରେ ଦେଶର ସୀମା ଖୋଲାଯିବା ପରଠୁ ଆମେରିକାରେ ବିନା ଦସ୍ତାବିଜରେ ଭାରତୀୟଙ୍କ ସଂଖ୍ୟା ବଢିଛି। ୨୦୨୧ରେ ପ୍ରାୟ ୭.୮ ନିୟୁତ
ଅବୈଧ ପ୍ରବାସୀ ଆମେରିକୀୟ ଶ୍ରମ ଶକ୍ତିରେ ସାମିଲ ଥିଲେ। ଆମେରିକାର କେବଳ ଫ୍ଲୋରିଡା ଓ ୱାଶିଂଟନରେ ଅନଧିକୃତ ପ୍ରବାସୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଅନ୍ୟପଟେ କାର୍ଲିଫର୍ଣ୍ଣିଆ ଓ ନେବାଡାରେ ଏହି ସଂଖ୍ୟା କମିଛି। ଏହାରି ଭିତରେ ବୈଧ ପ୍ରବାସୀଙ୍କ ଜନସଂଖ୍ୟା ୨୯ ପ୍ରତିଶତ ବୃଦ୍ଧି ସହ ୮ ନିୟୁତରୁ ଅଧିକ ହୋଇଛି।

Hot this week

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

Related Articles

Popular Categories