www.samajalive.in
Monday, December 8, 2025
27.1 C
Bhubaneswar

କୋଣାର୍କ ପ୍ରେସ କ୍ଲବ୍ ପକ୍ଷରୁ ସାଇକ୍ଲୋଥୋନ୍ କାର୍ଯ୍ୟକ୍ରମ

କୋଣାର୍କ : ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ସହାୟତାରେ କୋଣାର୍କ ପ୍ରେସ କ୍ଲବ୍ ଆନୁକୂଲ୍ୟରେ ସୂର୍ଯ୍ୟ ମନ୍ଦିର ମୁଖ୍ୟ ଫାଟକ ସମ୍ମୁଖରେ ସାଇକ୍ଲୋନଥୋନ୍ କାର୍ୟ୍ୟକ୍ରମ ଅବସରରେ ଏକ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଶୁକ୍ରବାର ସକାଳ ୮ଟା ସମୟରେ ଏହି କାର୍ଯ୍ୟକ୍ରମକୁ ପୁରୀ ଜିଲାର ଅତିରିକ୍ତ ଜିଲ୍ଲାପାଳ ଵିନୟକୁମାର ଦାଶ ଓ ପର୍ଯ୍ୟଟନ ବିଭାଗ ସହନିର୍ଦ୍ଦେଶକ ଵିଜୟ କୁମାର ଜେନା ମିଳିତ ଭାବରେ ଏହି କାର୍ଯ୍ୟକ୍ରମକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। କୋଣାର୍କ ସୂର୍ଯ୍ୟ ମନ୍ଦିର ମୁଖ୍ୟ ଫାଟକ ସମ୍ମୁଖରୁ ବିଭିନ୍ନ ବିଦ୍ୟାଳୟ ଓ ଭଗଵତୀ ମହାବିଦ୍ୟାଳୟର ୧୦୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀମାନଙ୍କୁ ନେଇ ଏହି ଶୋଭାଯାତ୍ରା ଚନ୍ଦ୍ରଭାଗା ଦେଇ ରାମଚଣ୍ଡୀ ପୀଠ ଠାରେ ପହଞ୍ଚିଥିଲା । ସେଠାରେ ଏହି ଶୋଭାଯାତ୍ରାକୁ ରାମଚଣ୍ଡୀ ଵଜାର କମିଟି ପକ୍ଷରୁ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। କୋଣାର୍କକୁ ପ୍ଲାଷ୍ଟିକ ମୁକ୍ତ କରିଵାର ଲକ୍ଷ୍ୟ ନେଇ ଛାତ୍ରଛାତ୍ରୀମାନେ ଏହି ଶୋଭାଯାତ୍ରାରେ ସାମିଲ ହୋଇ ଦୀର୍ଘ ୧୦କିମି ରାସ୍ତା ସାଇକେଲ ଚଲାଇ ଯାତ୍ରା କରିଥିଲେ। ଏହି କାର୍ଯ୍ୟକ୍ରମରେ କୋଣାର୍କ ପ୍ରେସ କ୍ଲବର ସଭାପତି ସଂଜୟ କୁମାର ପତି ଅତିଥି ପରିଚୟ ପ୍ରଦାନ କରିଥିବା ଵେଳେ ସମାଜସେଵୀ ରାମକୃଷ୍ଣ ମହାନ୍ତି ଏହାକୁ ସଂଯୋଜନା କରିଥିଲେ।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories