www.samajalive.in
Wednesday, December 10, 2025
16.1 C
Bhubaneswar

୧୩୨ କେଭି ଟାୱାର ବିଦ୍ୟୁତ୍ ଆଘାତରେ ଜଳିଗଲେ ଅଜଣା ବ୍ୟକ୍ତି

କାମାକ୍ଷାନଗର: କାମାକ୍ଷାଗାର ଉପଖଣ୍ଡ ଭୁବନ ଥାନା ଅନ୍ତର୍ଗତ ବାଲିବୋ ପଞ୍ଚାୟତର ଗମରଗୋଡା ଗ୍ରାମରେ ଆଜି ଅପରାହ୍ନରେ ଗମରଗୋଡା ମୌଜା ନିକଟରେ ଥିବା ଏକ ପେଟ୍ରୋଲ ପମ୍ପ ନିକଟରେ ଯାଇଥିବା ୧୩୨ କେଭି ବିଦ୍ୟୁତ୍ ଟାୱାର ସଂସ୍ପର୍ଶରେ ଆସି ଏକ ଅଜଣା ବ୍ୟକ୍ତି ପୋଡ଼ିଯାଇଥିବା ଜଣାପଡିଛି। ଜଣେ ଅଜଣା ବ୍ୟକ୍ତି ଟାୱାର ଉପରକୁ ଚଢ଼ିବାକୁ ଚେଷ୍ଟା କରିବା ସମୟରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଳିଯାଇ ତଳେ ପଡିଯାଇଥିବା କ୍ଷେତରେ କାମ କରୁଥିବା ଲୋକମାନଙ୍କ ଠାରୁ ଜଣାପଡିଛି। ଖବର ପାଇ ଭୁବନ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଭାବେ ଆହତ ହୋଇ ପଡ଼ିଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରି ଗୋଷ୍ଠୀ ଚିକିତ୍ସା କେନ୍ଦ୍ରରେ ଭର୍ତି କରିଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି। ପୁଲିସ ମୃତ ଦେହ ଜବତ କରି ତଦନ୍ତ କରୁଥିବା ଜଣାଯାଇଛି। ତେବେ ମୃତ ବ୍ୟକ୍ତି ଜଣକ ଘର କେଉଁଠି ଏବଂ ସେ କାହିଁକି ୧୩୨ କେଭି ଟାୱାରରେ ଚଢ଼ୁଥିଲେ ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories