www.samajalive.in
Sunday, December 14, 2025
26.1 C
Bhubaneswar

ଉପଜିଲ୍ଲାପାଳ ଓ ତହସିଲର ୨ଟି ନୂତନ ପ୍ରେକ୍ଷାଗୃହର ଶିଳାନ୍ୟାସ

ଆଠଗଡ :  ଆଠଗଡ ଉପଜିଲ୍ଲାପାଳ ଓ ତହସିଲ କାର୍ଯ୍ୟାଳୟର ୨ଟି ବୃହତ ବହୁମୁଖୀ ପ୍ରେକ୍ଷାଗୃହ ଓ ମହାଫିସ ଖାନା ପାଇଁ ସୋମବାର ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଅପରାହ୍ନରେ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ମୁଖ୍ୟଅତିଥି ଭାବେ ଯୋଗଦେଇ ୨୫୬.୬୨ ବର୍ଗମିଟର ବିଶିଷ୍ଟ ଏହି ଦୁଇଟି ନୂତନ ବହୁମୁଖୀ ପ୍ରେକ୍ଷାଗୃହ ନିର୍ମାଣ ହେବା ଦ୍ୱାରା ବିଭିନ୍ନ ସରକାରୀ ସଭା ସମିତି ନିୟମିତ ଆୟୋଜନ ସହିତ ନିର୍ବାଚନ ପରିଚାଳନାରେ ବେଶ୍‌‌ ସହାୟକ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ। ୮୧ଲକ୍ଷ ୬୫ହଜାର ୪୭୮ଟଙ୍କା ଲେଖାଏଁ ଦୁଇଟି ପ୍ରେକ୍ଷାଗୃହ ପାଇଁ ମୋଟ ୧କୋଟି ୬୩ଲକ୍ଷ ୩୦ହଜାର ୯୫୬ଟଙ୍କା ବ୍ୟୟରେ ମୋଟ ୫୧୩.୪୪ବର୍ଗମିଟର ବିଶିଷ୍ଟ ଏହି ୨ଟି ପ୍ରେକ୍ଷାଗୃହ ଫେବୃଆରୀ ୨୦ତାରିଖ ସୁଦ୍ଧା ସଂପୂର୍ଣ୍ଣ ହେବାର ଲକ୍ଷ୍ୟ ରଖାଯାଇଛି। ଫଳରେ ୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନ ସମୟରେ ଏହି ୨ଟି ଯାକ ପ୍ରେକ୍ଷାଗୃହରେ ନିର୍ବାଚନ ସଂପର୍କୀତ ସମସ୍ତ କାର୍ଯ୍ୟକ୍ରମ କରାଯାଇ ପାରିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ଆଶାବ୍ୟକ୍ତ କରିଥିଲେ। ପୂର୍ବରୁ ଆଠଗଡ ଏବଂ ବଡମ୍ବା ନିର୍ବାଚନ ମଣ୍ଡଳି ଦ୍ୱୟର ନିର୍ବାଚନ ପାଇଁ ତାଲିମ କାର୍ଯ୍ୟକ୍ରମ ଏବଂ ଭୋଟ ଗ୍ରହଣ ପରେ ଭୋଟ ବାକ୍ସ ସୁରକ୍ଷିତ ସଂରକ୍ଷଣ ଓ ଭୋଟ ଗଣତି ଅନ୍ୟତ୍ର କରାଯାଉଥିବାରୁ ବିଭିନ୍ନ ସମସ୍ୟା ଉପୁଜୁଥିଲା। ଏବେ ଆଉ ସେ ସବୁ ସମସ୍ୟା ରହିବନି ବୋଲି ଶ୍ରୀ ସ୍ୱାଇଁ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ତହସିଲଦାର କ୍ଷେତ୍ରମୋହନ ସ୍ୱାଇଁ, ଏନଏସି ଅଧ୍ୟକ୍ଷା ସସ୍ମିତା ରାଉତ, ଉପାଧ୍ୟକ୍ଷ ବି ଶୁଭ୍ରଶଙ୍କର ଜ୍ୟୋତି, ୧୫ନଂ ୱାର୍ଡ କାଉନସିଲର ମାମିନା ଦଳେଇ, ରାସ୍ତା ଓ ଗୃହନିର୍ମାଣ ବିଭାଗ ସହକାରୀ ନିର୍ବାହୀଯନ୍ତ୍ରୀ ଦିନେଶ କୁମାର ସାହୁ, ସହକାରୀ ଯନ୍ତ୍ରୀ ପ୍ରମୋଦ କୁମାର ମିଶ୍ରଙ୍କ ସମେତ ଏହି ନୂତନ ପ୍ରେକ୍ଷାଗୃହ ୨ଟିର ନିର୍ମାଣ କାର୍ଯ୍ୟର ଠିକାଦାର ଅଜିତ୍‌‌ ସାମଲ ପ୍ରମୁଖ ଯୋଗଦେଇଥିଲେ।

Hot this week

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

Related Articles

Popular Categories