www.samajalive.in
Saturday, December 13, 2025
26.1 C
Bhubaneswar

କାର୍ତ୍ତିକ ମାସ ଶେଷ ସୋମବାରରେ  ଦେବଗିର ପଞ୍ଚ ମୁଖେଶ୍ୱର ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମା ଠାରୁ ପ୍ରାୟ ୨ କିଲୋମିଟର ଦୂରରେ ଥିବା  ହାତୀ ଆକୃତି ସଦୃଶ୍ୟ ଦୁଇଟି ପାହାଡ଼ର ମଧ୍ୟ ଭାଗରେ  ଏକ ଗୁମ୍ଫା ଭିତରେ  ପୂଜା ପାଉଥିବା ପଞ୍ଚ ମୁଖେଶ୍ୱର ସ୍ପଟିକ ଲିଙ୍ଗ ଅବସ୍ଥିତ ହୋଇ ରହିଛି ।  ଜିଲା ତଥା ରାଜ୍ୟ ର ପ୍ରସିଦ୍ଧ ଶୈବ ପୀଠ ମାନଙ୍କରେ ଏହା ହେଉଛି ଏକ   ଅନ୍ୟତମ ଶୈବ ପୀଠ । ଆଜି ହେଉଛି ପବିତ୍ର  କାର୍ତ୍ତିକ ମାସ ଶେଷ  ସୋମବାର ରେ ନିଜର ମନସ୍କାମନା ପୁରଣ କରିବା ପାଇଁ ଜିଲ୍ଲା ଓ ରାଜ୍ୟର ଅନେକ ଅଞ୍ଚଳ ର ଦୂର ଦୂର ଦୂରାନ୍ତର ହଜାର ହଜାର  ଶ୍ରଦ୍ଧାଳୁ  ଓ  ଆନ୍ଦ୍ର ପ୍ରଦେଶ, ଛତିଶଗଡ,ପଶ୍ଚିମବଙ୍ଗରୁ ପର୍ଯ୍ୟଟକ ମାନେ ମହାଦେବଙ୍କ ଦର୍ଶନ କରିବା ପାଇଁ ଭିଡ଼ ଲାଗିଥିବା ଦେଖିବାକୁ ମିଳିଛି ।ମହାଦେବଙ୍କ ଉପାସନା ନିମନ୍ତେ  ପାହାଡ଼ ଉପରେ ଭୋଜି ଭାତ କରି ଆନନ୍ଦ ନେଇଛନ୍ତି ।
ଭକ୍ତମାନେ  ପାହାଡ଼ର  ୫୫୪ଟି ପାହାଚ ଅତିକ୍ରମ କରି  ପଞ୍ଚ ମୁଖେଶ୍ୱର ସ୍ପଟିକ ଲିଙ୍ଗ  ଦର୍ଶନ କରିଥାନ୍ତି ।  ଏହି ପାହାଡ଼ ର  ଉପର ଭାଗରେ ଛୋଟ ବଡ଼ ହୋଇ ଗୋଟିଏ ଉଣା କୋଟିଏ ଜଳ କୁଣ୍ଡ ରହିଛି ଏଥି  ମଧ୍ୟରୁ ବୋହୁ ପୁରାତନ କାଳରୁ ଲୋକମାନଙ୍କ ର  ବିଶ୍ୱାସ ଅନୁଯାଇ ଧୋବା,ଧୁବୁଣି ଏବଂ  ଗଙ୍ଗା,ଯମୁନା ,ନର୍ମଦା ,ସରସ୍ୱତୀ କୁଣ୍ଡ ଅନ୍ୟତମ ଅଟେ । ପୂର୍ବ ପୁରୁଷ କହିବା ଅନୁଯାଇ ଗଙ୍ଗା ଯମୁନା  ପାଣି କୁଣ୍ଡ ରେ ସ୍ନାନ କଲେ ମନସ୍କାମନା ପୁରୁଣ ହୁଏ ବୋଲି ଲୋକମାନଙ୍କର ମନରେ ଗୋଟିଏ ବିଶ୍ୱାସ ଅଛି। ଏହି ଶେଷ ସୋମବାର ରେ ବ୍ଲକରେ ଥିବା  ନାରାୟଣପୁର,କରପା, ସୁନାଖଣ୍ଡି, ଶିକରପାଇ,ସେରିଗୁମ୍ମା, ପୋଲମା ପଞ୍ଚାୟତର ଶିବ ମନ୍ଦିରରେ ଭକ୍ତଙ୍କ ଭିଡ଼ଲାଗିରହିଥିବା ଦେଖିବାକୁ ମିଳିଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories