www.samajalive.in
Saturday, December 13, 2025
26.1 C
Bhubaneswar

ମହାନଦୀର ମଧୁସେତୁରେ ଆଲୋକୀକରଣ ପାଇଁ ଯୁଦ୍ଧାକଳୀନ ଭିତ୍ତିରେ ଚାଲିଛି କାର୍ଯ୍ୟ

ଗୁରୁଡିଝାଟିଆ : ରାଜ୍ୟ ସରକାର ଚଳଚଞ୍ଚଳ ହୋଇ ଉଠିଛନ୍ତି। ବିଳମ୍ବରେ କାର୍ଯ୍ୟ ଆରମ୍ଭ କଲେ ମଧ୍ୟ ଏବେ ଯୁଦ୍ଧକାଳୀନ ଭିତ୍ତିରେ ମହାନଦୀର ଉପରେ ନିର୍ମିତ ମଧୁସେତୁରେ ଆଲୋକୀକରଣ କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଆରମ୍ଭ କରିଛନ୍ତି। କଟକ ସିଡିଏ ପାର୍ଶ୍ବରୁ ନୂଆପାଟଣା ପାର୍ଶ୍ବକୁ ଆସିବା ପରେ ବାମ ପାର୍ଶ୍ବରେ  ଅଧାରୁ ଅଧିକ ଅଂଶ ଆଲୋକୀକରଣ ପାଇଁ ଖୁଣ୍ଟ ସହିତ ଆଲେକ ବ୍ୟବସ୍ଥା ଚାଲୁ ରହିଛି । ପ୍ରକାଶଯୋଗ୍ୟ ଗତ ସପ୍ତାହରେ ମହାନଦୀର ମଧୁସେତୁରେ ଆଲୋକୀକରଣର ଢିଲା କୁ ନେଇ ‘ସମାଜ’ରେ ଖବର ପ୍ରକାଶ ପାଇଥିଲା । ଚଳିତବର୍ଷ ଜୁନ ୧୮ ତାରିଖରେ ଆଲୋକୀକରଣ ପାଇଁ ରାସ୍ତା ଓ କୋଠାବାଡି ବିଭାଗ ପକ୍ଷରୁ ମଧୁସେତୁର ସିଡିଏ ପାର୍ଶ୍ବରେ ଶୁଭ ଦିଆଯାଇଥିଲା। ଆଲୋକୀକରଣ କରିବାର ଧାର୍ଯ୍ୟ ତାରିଖ ନଭେମ୍ବର ୩୦ ତାରିଖ ରହିଥିଲା । ହେଲେ ଏହା କେବେ ସରିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ପ୍ରକାଶଯୋଗ୍ୟ ମହାନଦୀରେ କଟକ ପାର୍ଶ୍ବରୁ ୫୫ ନଂ ଜାତୀୟ ରାଜପଥକୁ ସଂଯୋଗ କରିବା ପାଇଁ ସିଡିଏ ବିଜୁ ପଟ୍ଟନାୟକ ପାର୍କ ନିକଟରୁ ନୂଆପାଟଣା ପାଶ୍ୱର୍କୁ ସେତୁ ନିର୍ମାଣ ହୋଇଛି । ଯାହାକି ୨୦୧୮ ଅପ୍ରେଲ ୧ ତାରିଖ ଦିନ ଉଦଘାଟିତ ହୋଇଥିଲା । ଗ୍ରାମାଞ୍ଚଳର ଜନସାଧାରଣ ଓ ବିଦ୍ୟାର୍ଥୀମାନେ ଏହି ସେତୁ ଦେଇ କଟକ-ଭୂବନେଶ୍ୱରକୁ ଯାତାୟାତ କରିପାରୁଛନ୍ତି । ହେଲେ ଦୀର୍ଘଦିନ ଧରି ସେତୁ ଆଲୋକୀକରଣ କରାଯାଇ ନ ଥିଲା। ତେଣୁ ଅନ୍ଧକାରରେ ରହିଥିଲା। ଅସାମାଜିକମାନେ ଆଡ୍ଡା ଜମାଇଥିଲେ । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଓ ସାମାଜିକ ସଂଗଠନ ତୁରନ୍ତ ଆଲୋକୀରଣ ପାଇଁ ପ୍ରଶାସନ ନିକଟରେ ଦାବି ରଖିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories