ଚୌଦ୍ୱାର : ଜଣେ ଛାତ୍ର ସଚ୍ଚୋଟତା ଦେଖାଇ ରାସ୍ତାରୁ ପାଇଥିବା ଟଙ୍କା ଭର୍ତ୍ତି ଏକ ପର୍ସକୁ ଟଙ୍କା ହଜାଇଥିବା ବ୍ୟକ୍ତି ଜଣକ ପାଖରେ ପହଞ୍ଚାଇ ଥିବା ଜଣା ପଡ଼ିଛି । ଛାତ୍ର ଜଣକ ହେଲେ ଚୌଦ୍ୱାରର ନଗେଶ କୁମାର ମୁଦୁଲି । ସୂଚନାରୁ ପ୍ରକାଶ ଯେ, ନଗେଶ ଗତ ୧୭ ତାରିଖଦିନ କଟକ ବୋଷ କଲେଜ ନିକଟରୁ ଏକ ପର୍ସ ପାଇଥିଲେ। ସେଥିରେ କିଛି ଟଙ୍କା, ୨ଟି ଏଟିଏମ୍ କାର୍ଡ଼ ଓ ଅନ୍ୟ କାଗଜପତ୍ର ଥିବାବେଳେ କୌଣସି ନାମ ଓ ଠିକଣା ନଥିବାରୁ ପର୍ସଟି କାହାର ଜାଣିବା ସମ୍ଭବପର ହୋଇ ପାରି ନଥିଲା ।ତେବେ ନରେଶ ବ୍ୟାଙ୍କକୁ ଯାଇ ଏଟିଏମ୍ କାର୍ଡ଼ ଯାଞ୍ଚ କରିବାରେ ତାହା କଟକ ଶିଖରପୁର ଅଞ୍ଚଳର ଅତିଶ କୁମାର ମହାନ୍ତିଙ୍କର ବୋଲି ଜଣା ପଡ଼ିଥିଲା। ପରେ ସେ ଏସମ୍ପର୍କରେ ଚୌଦ୍ୱାର ଥାନାକୁ ଜଣାଇଥିଲେ। ବ୍ୟାଙ୍କରୁ ଆଣିଥିବା ଫୋନ୍ ନମ୍ବରରେ ଯୋଗାଯୋଗ କରି ଆଇଆଇସି ବିଶ୍ୱରଞ୍ଜନ ସାହୁଙ୍କ ଉପସ୍ଥିତିରେ ପର୍ସରେ ଥିବା ୯ହଜାର ୬୮୬ଟଙ୍କା, ଏଟିଏମ୍ କାର୍ଡ଼ ଏବଂ ପର୍ସକୁ ସେ ଅତିଶଙ୍କୁ ହସ୍ତାନ୍ତର କରିଥିଲେ। ନଗେଶଙ୍କ ଏ ସଚ୍ଚୋଟତା ପାଇଁ ସ୍ଥାନୀୟ ବହୁ ନାଗରିକ ତାଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।
Popular Categories



