www.samajalive.in
Saturday, December 13, 2025
26.1 C
Bhubaneswar

ମଣ୍ଡଳ ବିଜେପିର ପୌର କାର୍ଯ୍ୟାଳୟ ଘେରାଉ

ଚୌଦ୍ୱାର : ଚୌଦ୍ୱାର ପୌରପାଳିକାରେ ହୋଇଥିବା ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ଚୌଦ୍ୱାର ଓ ଇନ୍ଦ୍ରାଣୀପାଟଣା ମଣ୍ଡଳ ବିଜେପି ତରଫରୁ ଶନିବାର ଚୌଦ୍ୱାର ପୌର କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନୟନ କିଶୋର ମହାନ୍ତିଙ୍କ ନେତୃତ୍ୱରେ ଉଭୟ ମଣ୍ଡଳର ନେତୃ ମଣ୍ଡଳୀ ଓ ଶତାଧିକ କର୍ମୀ ଶୋଭାଯାତ୍ରାରେ ଚୌଦ୍ୱାର ଅଞ୍ଚଳ ପରିକ୍ରମା କରି ପୌର କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପୌର କର୍ତ୍ତୃପକ୍ଷ ବ୍ୟାପକ ଭାବେ ଦୁର୍ନୀତି ଓ ଭ୍ରଷ୍ଟାଚାରରେ ବୁଡ଼ିଥିବା ଅଭିଯୋଗ କରି କର୍ମୀମାନେ ନାରାବାଜି ଦେଇଥିଲେ। କର୍ମୀ ମାନେ ପୌର କାର୍ଯ୍ୟାଳୟ ଭିତରକୁ ପଶିବାକୁ ଉଦ୍ୟମ କରିବାରେ ସ୍ଥାନୀୟ ପୁଲିସ ନୟନ କିଶୋର ମହାନ୍ତି, ରାଜ୍ୟ ଓବିସି ମୋର୍ଚ୍ଚା ସମ୍ପାଦକ ଜ୍ଞାନେନ୍ଦ୍ର କୁମାର ସ୍ୱାଇଁ, ସନ୍ତୋଷ କୁମାର ସାହୁ, ସଂଜୀତ ମହାନ୍ତି, ଭାଗିରଥୀ ଦଳାଇ, ସୌମେନ୍ଦ୍ର ପଲାଇ ପ୍ରମୁଖ ନେତାଙ୍କ ସମେତ ୪୦ରୁ ଅଧିକ କର୍ମକର୍ତ୍ତାଙ୍କୁ ଗିରଫ କରିଥିଲେ। ଜିଲ୍ଲା ଉପ ସଭାପତି ପ୍ରଶାନ୍ତ ହୋତା, ସମ୍ପାଦକ ବୈରାଗୀ ଚରଣ ପ୍ରଧାନ,ସନ୍ତୋଷ କୁମାର ମହାନ୍ତି, ଭାବଗ୍ରାହୀ ପଟ୍ଟନାୟକ, ଦୀପକ ସ୍ୱାଇଁ, ସୌମେନ୍ଦ୍ର ଲେଙ୍କା, ମମତା ବେହେରା, ପ୍ରକାଶ ସାହୁ , ହଂସ ଚରଣ ସାହୁ,ସସ୍ମିତା ରାଉତ,ନୟନା ମହାରଣା ପ୍ରମୁଖ ବିକ୍ଷୋଭର ନେତୃତ୍ୱ ନେଇଥିଲେ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories