www.samajalive.in
Sunday, December 14, 2025
26.1 C
Bhubaneswar

ନିଆରା ଫୁଟବଲ ମ୍ୟାଚ ‘ସମତା କପ – ୨୦୨୩’ ଅନୁଷ୍ଠିତ

ସମ୍ବଲପୁର : ସମ୍ବଲପୁର ସହରର କମିଶନର କଲୋନୀ ପଡିଆ ଠାରେ ନିଆରା ଫୁଟବଲ ମ୍ୟାଚ “ସମତା କପ୍‌-୨୦୨୩” ଅନୁଷ୍ଠିତ ହୋଇଯାଇଛି । ଶୁକ୍ରବାର ଫାଇନାଲ୍‌ ମ୍ୟାଚ ବୀର ବଜରଙ୍ଗ କ୍ଲବ୍‌, ଜଟୁପଡ଼ା ଓ ମାଁ କରମସାନୀ, ଭୂତାପଡ଼ା ଦଳ ମଧ୍ୟରେ ଆୟୋଜିତ ହୋଇଯାଇଛି । ଏହି ମ୍ୟାଚରେ ଉଭୟ ପୁଅ ଓ ଝିଅ ଖେଳାଳୀ ସାମିଲ ହୋଇ ସମାନତାର ବାର୍ତ୍ତା ଦେଇଥିଲେ । ବର୍ତ୍ତମାନ ସମାଜରେ ଦେଖା ଦେଉଥିବା ଲିଙ୍ଗଗତ ଭେଦଭାବକୁ ଦୂର କରିବାକୁ ନେଇ ଜନ ଜାଗରଣ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏପରି ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଛି । ଲିଙ୍ଗଗତ ଭେଦଭାବରୁ କେବଳ ଝିଅ ନୁହେଁ ପୁଅ ମାନେ ମଧ୍ୟ ବିଭିନ୍ନ କ୍ଷେତ୍ରରେ ପ୍ରଭାବିତ ହେଉଛନ୍ତି । ଏହି ପ୍ରକ୍ରିୟାରେ କେବଳ ବ୍ୟକ୍ତିଗତ ଚିନ୍ତାଧାରାରେ ପରିବର୍ତ୍ତନ ଆଣିଲେ ଯେ ସମାନତା ଆସିବ ତାହା ନୁହେଁ, ବରଂ ବ୍ୟବହାରିକ ପରିବର୍ତ୍ତନ, ସାମାଜିକ ଚାଲିଚଳଣରେ ପରିବର୍ତ୍ତନ ଓ ନୂତନ ଉଦାହରଣ ଦ୍ୱାରା ହିଁ ଲିଙ୍ଗଗତ ସମାନତାର ଗତିକୁ ତ୍ୱରାନ୍ୱିତ କରିହେବ । ଏହି ଉଦ୍ଦେଶ୍ୟରେ “ପତଙ୍ଗ” ଅନୁଷ୍ଠାନ ଦ୍ୱାରା ସମତା କପର ଆୟୋଜନ କରାଯାଇଛି ।

ଆଜି ଫାଇନାଲ୍‌ ମ୍ୟାଚରେ ଉଭୟ ଦଳ ସମୟ ସୀମା ମଧ୍ୟରେ ୧-୧ ଗୋଲ୍‌ରେ ସମାନ ରହିବା ପରେ ପେନାଲଟିରେ ଜଟୁପଡ଼ା ଦଳ ୪-୨ ଗୋଲରେ ପ୍ରଥମ “ସମତା କପ୍‌-୨୦୨୩” ର ବିଜୟୀ ହୋଇଛି । ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ଶ୍ରୀମାନ୍‌ ଦିଲ୍ଲୀପ ତିର୍କୀ ଏବଂ ସମ୍ମାନିତ ଅତିଥି ଭାବେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଶ୍ରୀମତୀ ଯୁଗଳେଶ୍ୱରୀ ଦାସ ଯୋଗ ଦେଇଥିଲେ । ‘ପତଙ୍ଗ’ର ସଂସ୍ଥାପକ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ରୀତା ମିଶ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ବିଜୟ ନାୟକ ଓ ‘ପତଙ୍ଗ’ର ସହକର୍ମୀ କାର୍ଯ୍ୟକ୍ରମକୁ ଆୟୋଜନ କରିଥିଲେ । କାର୍ଯ୍ୟକ୍ରମକୁ ସଫଳ କରିବାରେ ରୋହିଣୀ ନିଲେକାନୀ ଫିଲାନ୍‌ଥ୍ରୋପିଷ୍ଟ୍‌ ଏସ୍‌.କେ.ଏନ୍‌. ଓ କେ.ଏନ୍‌.ଏଚ୍‌. ସହଯୋଗ କରିଥିଲେ ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories