www.samajalive.in
Saturday, December 13, 2025
26.1 C
Bhubaneswar

୪ବର୍ଷ ପରେ ପ୍ରତିଶୋଧ

ମୁମ୍ବଇ  : ଭାରତ ଆଇସିସି ଦିନିକିଆ ବିଶ୍ବକପରେ ୪ର୍ଥ ଥର ଲାଗି ଫାଇନାଲରେ ପ୍ରବେଶ କରିଛି। ବୁଧବାର ୱାଙ୍ଖଡେ ଷ୍ଟାଡ଼ିୟମରେ ଖେଳାଯାଇଥିବା ପ୍ରଥମ ସେମିଫାଇନାଲରେ ଭାରତ ୭୦ରନରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ଭାରତ ପକ୍ଷରୁ ଦ୍ରୁତ ବୋଲର ମହମ୍ମଦ ସାମିଙ୍କ ଅଗ୍ନିବର୍ଷୀ ବୋଲିଂ ସମ୍ମୁଖୀନ କରି ନପାରି ନ୍ୟୁଜିଲାଣ୍ଡ ଦଳ ୩୨୭ ରନ୍‌ରେ ଅଲଆଉଟ ହୋଇଯାଇଥିଲେ। ସାମି ୫୭ ରନ୍‌ ଦେଇ ୭ଟି ୱିକେଟ୍‌ ନେଇଥିଲେ।
ଭାରତ ପୂର୍ବରୁ ୧୯୮୩, ୨୦୦୩ ଓ ୨୦୧୧ରେ ଫାଇନାଲରେ ପ୍ରବେଶ କରିଥିଲା। ବିଶ୍ବକପ ସେମିଫାଇନାଲରେ ଭାରତ ପ୍ରଥମ ଥର ପାଇଁ ନ୍ୟୁଜିଲାଣ୍ଡକୁ ପରାସ୍ତ କରିବାରେ ସଫଳ ହୋଇଛି। ୨୦୧୯ ବିଶ୍ବକପର ସେମିଫାଇନାଲରେ ଭାରତ ୧୮ରନରେ ନ୍ୟୁଜିଲାଣ୍ଡ ନିକଟରୁ ପରାଜିତ ହୋଇଥିଲା। ଉକ୍ତ ପରାଜୟର ପ୍ରତିଶୋଧ ଭାରତ ୪ବର୍ଷ ପରେ ନେଇଛି। ଚଳିତ ବିଶ୍ବକପରେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମି ୩ୟ ଥର ପାଇଁ ୫ଟି ୱିକେଟ ନେବାରେ କୀର୍ତ୍ତିମାନ ସୃଷ୍ଟି କରିଛନ୍ତି। ଭାରତ ଦିନିକିଆ ବିଶ୍ବକପରେ କ୍ରମାଗତ ଦଶମ ବିଜୟ ହାସଲ କରିବା ସହିତ ସେମିଫାଇନାଲରେ ସର୍ବାଧିକ ସ୍କୋର କରିଛି। ପୂର୍ବରୁ ୨୦୧୫ରେ ଭାରତ ବିପକ୍ଷରେ ଅଷ୍ଟ୍ରେଲିଆ ୩୨୮ରନ କରିଥିଲା। ଅଷ୍ଟ୍ରେଲିଆର ଉକ୍ତ ସେମିଫାଇନାଲର ସର୍ବାଧିକ ସ୍କୋର ୩୨୮କୁ ଆଜି ୱାଙ୍ଖଡେରେ ଖେଳାଯାଇଥିବା ମ୍ୟାଚ୍‌ରେ ଅତିକ୍ରମ କରିବା ସହିତ ଭାରତ ୪ ୱିକେଟରେ ୩୯୭ରନ କରିଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories