www.samajalive.in
Saturday, December 13, 2025
26.1 C
Bhubaneswar

ସମ୍ବଲପୁରରେ ଚିତ୍ରଗୁପ୍ତ ପୂଜା ଉତ୍ସବ

ସମ୍ବଲପୁର : ସ୍ଥାନୀୟ ମହାନ୍ତିପଡା ଗେଇଟି ରୋଡ ସ୍ଥିତ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ଦେବଙ୍କ ବାର୍ଷିକ ପୂଜା ଉତ୍ସବ ମହାସମାରୋହରେ ଆୟୋଜିତ ହୋଇଯାଇଛି। ପୂଜା ଉତ୍ସବ ପାଇଁ ସକାଳେ ବାଲିବନ୍ଧା ସ୍ଥିତ ମହାନଦୀ ଘାଟରୁ ମହାନ୍ତିପଡା ସ୍ଥିତ ଚିତ୍ରଗୁପ୍ତ ମନ୍ଦିର ପର୍ଯ୍ୟନ୍ତ ଏକ ବିଶାଳ କଳସ ଶୋଭାଯାତ୍ରା ଆୟୋଜିତ ହୋଇଥିଲା । ଶତାଧିକ ଭକ୍ତ କଳସ ଶୋଭାଯାତ୍ରାରେ ଭାଗ ନେଇ ବିରାଟ ପଟୁଆରରେ ମନ୍ଦିରକୁ ଆସିଥିଲେ।

- Advertisement -

କଳସ ଶୋଭାଯାତ୍ରା ପରେ ଆୟୋଜିତ ପୂଜା ଉତ୍ସବରେ ପାର୍ଥ ସାରଥି ଦାନୀ ଓ ସହ ଧର୍ମିଣୀ ସ୍ୱରୁପା ଦାନୀ କର୍ତ୍ତା ଦାୟିତ୍ୱ ନିର୍ବାହ କରିଥିଲେ । ପୂଜା କାର୍ଯ୍ୟ ଗୋପାଳ ପଣ୍ଡା ଓ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ପଞ୍ଚା ପଟେ ଓ ଲୁକେଇ ମିଶ୍ର ସମ୍ପାଦନ କରିଥିଲେ । ପାରମ୍ପରିକ ରୀତିନୀତି ଅନୁଯାୟୀ ହୋମ ଯଜ୍ଞ, ପୂଜାର୍ଚ୍ଚନା ପରେ ହଜାରରୁ ଉର୍ଦ୍ଧ ଶ୍ରଦ୍ଧାଳୁଙ୍କୁ ଅନ୍ନଭୋଗ ବଣ୍ଟନ କରାଯାଇଥିଲା। ଚିତ୍ରଗୁପ୍ତ କଲ୍ୟାଣ ସଂଘର ସଭାପତି ଅଖିଳ ରଞ୍ଜନ ପଟ୍ଟନାୟକ, ଇନ୍ଦ୍ରଭୂଷଣ ପୃଷେଠ, ପରେଶ ଚନ୍ଦ୍ର ଦାନୀ, ରତ୍ନ ଭୂଷଣ ପୃଷେଠ, ମିଲନ ସାହାଣୀ, ପ୍ରଣବ ପଟ୍ଟନାୟକ, ଶିବ ଶଙ୍କର ଦାନୀ, ଦିଲୀପ କୁଅଁର, ପ୍ରକାଶ କଟୁଆଳ, ବିନୟ ଦାନୀ, ଶୁକଦେବ ବହିଦାର, ବିକାଶ ମହାନ୍ତି, ଦୁର୍ଗା ଦାନୀ, ପ୍ରଫୁଲ୍ଲ ସାହାଣୀ, ଗୋପାଳ ପୃଷେଠ, ପ୍ରଦ୍ୟୋତ ପଟ୍ଟନାୟକ, ସ୍ୱରୂପ ପଟ୍ଟନାୟକ, ସିଦ୍ଧାର୍ଥ ଶଙ୍କର ବହିଦାରଙ୍କ ସମେତ ସମସ୍ତ ସଦସ୍ୟ ମାନେ ଏହି ଧାର୍ମିକ ଆୟୋଜନରେ ସକ୍ରିୟ ଭୂମିକା ନିର୍ବାହ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories