www.samajalive.in
Saturday, December 13, 2025
26.1 C
Bhubaneswar

ମଧୁର ଜଳ ମାଛ ଚାଷ ଉପରେ ତାଲିମ ଓ ସଚେତନତା କାର୍ଯ୍ୟକ୍ରମ

ବୌଦ୍ଧ :  ଅନନ୍ୟା ଏବଂ କେନ୍ଦ୍ରୀୟ ମଧୁର ଜଳ ଜୀବ ପାଳନ କେନ୍ଦ୍ର(ସିଫା) ଭୂବନେଶ୍ୱର ମିଳିତ ସହଯୋଗରେ ବୌଦ୍ଧ ଟାଉନହଲ ଠାରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଛି । ଶିବିରରେ ମଧୁର ଜଳ ମାଛ ଚାଷ ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ଭାରତ ସରକାରଙ୍କର ଜାତୀୟ ମତ୍ସ୍ୟ ଉନ୍ନୟନ ବୋର୍ଡର ପରିଚାଳନା ମଣ୍ଡଳୀ ସଦସ୍ୟ ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗଦେଇ ବୌଦ୍ଧଜିଲ୍ଲାର ମାଛ ଚାଷରେ ସମ୍ଭାବନା ଉପରେ ଗୁରୁତ୍ୱ ପ୍ରଦାନ କରି କିଭଳି ମାଛ ଚାଷ କରି ଚାଷୀ ତାର ଆୟକୁ ଦ୍ୱିଗୁଣ କରିପାରିବେ ସେ ବିଷୟରେ ଉଦବୋଧନ ଦେଇଥିଲେ । ମୁଖ୍ୟବକ୍ତା ଭାବରେ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ ଯୋଗଦେଇ ଶିବିରର ମୂଳ ଉଦ୍ଦେଶ୍ୟ ସଂପର୍କରେ ବର୍ଣ୍ଣନା କରିଥିଲେ । ସମ୍ମାନୀତ ଅତିଥି ଭାବରେ ସିଫାର ବୈଜ୍ଞାନିକ ଡଃ ଚନ୍ଦ୍ରକାନ୍ତ ମିଶ୍ର, ଡଃ ସଂଗ୍ରାମ କେତନ ସାହୁ, ଡଃ ଜିଏସ ସାହ ଯୋଗଦେଇଥିଲେ। ଜିଲ୍ଲା ମତ୍ସ ସଂପଦ ଅଧିକାରୀ ଲିପସା ପଟ୍ଟନାୟକ ଜିଲ୍ଲାର ସମସ୍ତ ସହକାରୀ ମତ୍ସ ସଂପଦ ଅଧିକାରୀ ଯୋଗଦେଇଥିଲେ। ଅନନ୍ୟା ତରଫରୁ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅବିନାଶ ମହାନ୍ତି ଯୋଗଦେଇଥିଲେ। ଡଃ ଚନ୍ଦ୍ରକାନ୍ତ ମିଶ୍ର ମଂଚ ପରିଚାଳନା କରିଥିବା ବେଳେ ସିଫାର ଦୁର୍ଗା ପ୍ରସାଦ ରଥ, ଲିପସା ପଟ୍ଟନାୟକ, ଅବିନାଶ ମହାନ୍ତି ଶିବିରକୁ ପରିଚାଳନା କରିଥିଲେ। ଏହି ଅବସରରେ ମତ୍ସ୍ୟ ଚାଷୀ ଓ ବୈଜ୍ଞାନିକମାନଙ୍କ ମଧ୍ୟରେ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories