www.samajalive.in
Saturday, December 6, 2025
19.1 C
Bhubaneswar

କାର୍ତ୍ତିକରେ ତୁଳସୀଙ୍କୁ ଅର୍ପଣ କଲେ ଏହି ଜିନିଷ : ଚମକିବ ଭାଗ୍ୟ

ହିନ୍ଦୁ ଧର୍ମରେ ତୁଳସୀ ବୃକ୍ଷକୁ ପୂଜାର୍ଚ୍ଚନା କରାଯାଏ। ଭଗବାନ ବିଷ୍ଣୁଙ୍କ ପୂଜା ତୁଳସୀ ବିନା ଅସମ୍ପୂର୍ଣ୍ଣ ବୋଲି କୁହାଯାଏ। ପ୍ରତ୍ୟେକ ଘରର ଅଗଣାରେ ତୁଳସୀ ବୃକ୍ଷ ଶୋଭା ପାଏ। ପ୍ରତ୍ୟେକ ଦିନ ପୂଜା ମଧ୍ୟ କରାଯାଏ। ତୁଳସୀଙ୍କ ନିକଟରେ ସନ୍ଧ୍ୟା ସମୟରେ ଦୀପ ଲଗାଇଲେ ଅତ୍ୟନ୍ତ ଶୁଭଫଳ ମିଳିଥାଏ,ଘରେ ସୁଖସମୃଦ୍ଧି ପ୍ରବେଶ କରିଥାଏ ବୋଲି ଶାସ୍ତ୍ରରେ ମାନ୍ୟତା ରହିଛି। କାର୍ତ୍ତିକ ମାସରେ କିଛି ସହଜ ଉପାୟ ବିଷୟରେ ଜାଣନ୍ତୁ..
ପ୍ରତ୍ୟେକ ମାସରେ ୨ଟି ଏକାଦଶୀ ପଡିଥାଏ। ଏହିଦିନରେ ତୁଳସୀଙ୍କୁ ଶଙ୍ଖା,ସିନ୍ଦୂର ଆଦି ଅର୍ପଣ କରନ୍ତୁ। ଏପରି କରିବା ଦ୍ୱାରା ସମସ୍ତ ମନସ୍କାମନା ପୂରଣ ହୋଇଥାଏ।
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ପ୍ରତ୍ୟେକ ପଞ୍ଚମୀ ତିଥିରେ ତୁଳସୀଙ୍କ ନିକଟରେ ଜଳ ସହ ଆଖୁ ରସ ଅର୍ପଣ କରନ୍ତୁ। ଏହାଦ୍ୱାରା ଧନସମ୍ପତ୍ତି,ସୁଖସମୃଦ୍ଧିରେ ବୃଦ୍ଧି ହୋଇଥାଏ।
ଶାସ୍ତ୍ର ଅନୁଯାୟୀ, ଗୁରୁବାର ଓ ଶୁକ୍ରବାର ତୁଳସୀଙ୍କ ନିକଟରେ କଞ୍ଚା କ୍ଷୀର ଅର୍ପଣ କରନ୍ତୁ। ଏହାଦ୍ୱାରା ଦୁର୍ଭାଗ୍ୟ ଦୂର ହୋଇଥାଏ। କର୍ମକ୍ଷେତ୍ରରେ ଉନ୍ନତି ହୋଇଥାଏ। ଏହି ଦିନ ତୁଳସୀଙ୍କୁ ଲାଲ ରେଶମୀ ସୂତା ବାନ୍ଧନ୍ତୁ।
ନିୟମିତ ତୁଳସୀଙ୍କୁ ଜଳ ଅର୍ପଣ କରନ୍ତୁ। ଏହାଦ୍ୱାରା ଘରେ ସୁଖସମୃଦ୍ଧି ପ୍ରବେଶ କରିଥାଏ। ଜୀବନରେ ହସଖୁସି ଭରିବା ସହ ଘରେ ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଦୁଃଶ୍ଚିନ୍ତା ଦୂର ହୋଇଥାଏ। ନିୟମିତ ସନ୍ଧ୍ୟା ସମୟରେ ଘିଅର ଦୀପ ଲଗାଇବା ଦ୍ୱାରା ଅତ୍ୟନ୍ତ ଶୁଭଫଳ ମିଳିଥାଏ।

 

Hot this week

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

Related Articles

Popular Categories