www.samajalive.in
Saturday, December 6, 2025
16.1 C
Bhubaneswar

ରାଜସ୍ଥାନ ନିର୍ବାଚନ ପାଇଁ କଂଗ୍ରେସର ଘୋଷଣାପତ୍ର: ମାସକୁ ୩.୫ ହଜାର ବେକାରୀ ଭତ୍ତାର ପ୍ରତିଶ୍ରୁତି

ଜୟପୁର : ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ଗୁରୁବାର ଘୋଷଣାପତ୍ର ଜାରି କରାଯାଇଛି। ଏହି ଘୋଷଣାପତ୍ରରେ ୪୦୦ରୁ ଅଧିକ ପ୍ରତିଶ୍ରୁତି ଦିଆଯାଇଛି। ଘୋଷଣାପତ୍ର ଜାରି ଅବସରରେ କଂଗ୍ରେସ ନେତା ସଚିନ ପାଇଲଟ କହିଥିଲେ ଯେ ତାଙ୍କ ଦଳ ଶାସନକୁ ଆସିବାର ୧୦ ଦିନ ମଧ୍ୟରେ କୃଷକଙ୍କ ଋଣ ଛାଡ଼ କରିବ। ବୟୋଜ୍ୟଷ୍ଠ କୃଷକଙ୍କୁ ପେନ୍‍ସନ୍‍ ପ୍ରଦାନ କରାଯିବ। ଏହାସହ ମହିଳାଙ୍କୁ ମାଗଣା ଆଜୀବନ ଶିକ୍ଷା ଦିଆଯିବ। ଶିକ୍ଷିତ ବେକାରୀଙ୍କୁ ମାସିକ ୩.୫ ହଜାର ଟଙ୍କା ବେକାରୀ ଭତ୍ତା ପ୍ରଦାନ କରାଯିବ।
ଉଲ୍ଲେଖଯୋଗ୍ୟ ଯେ ରାଜସ୍ଥାନର ୨୦୦ ବିଧାନସଭା ଆସନ ପାଇଁ ଡିସେମ୍ବର ୭ରେ ନିର୍ବାଚନ ହେବ। ଫଳାଫଳ ଡିସେମ୍ବର ୧୧ରେ ପ୍ରକାଶ ପାଇବ।
ଏହି ଅବସରରେ ସଚିନ୍‍ ପାଇଲଟ୍‍ କହିଥିଲେ ଯେ ଏହି ଘୋଷଣାପତ୍ର କେବଳ ଏକ ଦସ୍ତାବିଜ ନୁହେଁ ବରଂ ଆମର ପ୍ରତିଶ୍ରୁତି। ଆମ ସରକାର ଧାର୍ଯ୍ୟ ସମୟରେ ଘୋଷଣାପତ୍ରର ସମସ୍ତ ପ୍ରତିଶ୍ରୁତି ପାଳନ କରିବ। ଘୋଷଣାପତ୍ରରେ କଲେଜ, ବିଶ୍ୱବିଦ୍ୟାଳୟ ଏବଂ ପେଶାଗତ ଡିଗ୍ରୀ କଲେଜରୁ ଛାତ୍ରଛାତ୍ରୀମାନେ କେତେ ଚାକିରି ପାଉଛନ୍ତି ତାର ହିସାବ କରାଯିବ ଓ ସେହି ଅନୁସାରେ ନିଯୁକ୍ତି ସୁଯୋଗ ବୃଦ୍ଧି କରାଯିବ ବୋଲି ଉଲ୍ଲେଖ ରହିଛି। ସେହିପରି ପରୀକ୍ଷା ସମୟରେ ପରୀକ୍ଷାର୍ଥୀଙ୍କୁ ଯାତ୍ରା ଖର୍ଚ୍ଚ ପ୍ରଦାନ କରାଯିବ, କୃଷକଙ୍କୁ ଅତି କମ୍‍ ସୁଧରେ ଋଣ ଯୋଗାଇ ଦିଆଯିବାକୁ ପ୍ରତିଶ୍ରୁତି ଦିଆଯାଇଛି।
ପ୍ରକାଶଯୋଗ୍ୟ ଯେ ନଭେମ୍ବର ୨୮ରେ ବିଜେପି ପକ୍ଷରୁ ଘୋଷଣାପତ୍ର ଜାରି କରାଯାଇଥିଲା। ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଏଥିରେ କହିଥିଲେ ଯେ ତାଙ୍କ ସରକାର ର୍ପୂବ ଘୋଷଣାପତ୍ରର ୯୫% ପ୍ରତିଶ୍ରୁତି ପୂରଣ କରିଛନ୍ତି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories