www.samajalive.in
Saturday, December 13, 2025
26.1 C
Bhubaneswar

୨୫ବର୍ଷରୁ ଅଧିକ ବୟସର ଛାତ୍ରଛାତ୍ରୀ ଦେଇପାରିବେ ନିଟ

ନୂଆଦିଲ୍ଳୀ: ୨୫ ବର୍ଷ ଟପିଥିଲେ ମଧ୍ୟ ଇଚ୍ଛୁକ ଛାତ୍ରଛାତ୍ରୀ ଡାକ୍ତରୀ ପ୍ରବେଶିକା ପରୀକ୍ଷା(ନିଟ୍‍) ଦେଇପାରିବେ। ସୁପ୍ରିମକୋର୍ଟ ଗୁରୁବାର ଦେଇଥିବା ରାୟରେ ଏହା ସ୍ପଷ୍ଟ କରିଛନ୍ତି। ପୂର୍ବ ବୟସ ମାନଦଣ୍ଡ ଅନୁଯାୟୀ ଯେଉଁମାନେ ପରୀକ୍ଷା ଫର୍ମ ପୂରଣ କରିବାକୁ ବାଦ୍‍ ପଡ଼ିଥିଲେ ସେମାନଙ୍କ ପାଇଁ ଫର୍ମ ପୂରଣର ଶେଷ ତାରିଖ ଆଉ ସପ୍ତାହେ ବଢ଼ାଇବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି। ମେଡିକାଲ୍‍ କାଉନ୍‍ସିଲ୍‍ ଅଫ୍‍ ଇଣ୍ଡିଆ ନିଷ୍ପତ୍ତି ଆଧାରରେ ସୁପ୍ରିମକୋର୍ଟ ଉପରୋକ୍ତ ନିର୍ଦେଶ ଦେଇଛନ୍ତି। ୨୦୧୯ ନିଟ ପରୀକ୍ଷା ପାଇଁ ସୁପ୍ରିମକୋର୍ଟଙ୍କ ଏହି ରାୟ ଲାଗୁ ହେବ। ତେବେ ସର୍ବାଧିକ ବୟସ ସୀମା କେତେ ହେବ ସେ ସମ୍ପର୍କରେ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ।
କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‍ଇ) ଦ୍ୱାରା ପରିଚାଳିତ ନିଟ୍‍ ପରୀକ୍ଷା ପାଇଁ ସାଧାରଣ ପ୍ରାର୍ଥୀଙ୍କ ସର୍ବାଧିକ ବୟସ ସୀମା ୨୫ ଓ ସଂରକ୍ଷିତ ବର୍ଗ ପାଇଁ ୩୦ ବର୍ଷ ଧାର୍ଯ୍ୟ କରାଯାଇଥିଲା। ଏମ୍‍ସିଆଇ ରେଗୁଲେସନ୍‍ ଅନ୍‍ ଗ୍ରାଜୁଏଟ୍‍ ମେଡିକାଲ୍‍ ଏଜୁକେସନ୍‍ -୧୯୯୭ରେ କେତେକ ସଂଶୋଧନ ବଳରେ ଏହି ବୟସ ସୀମାକୁ ବୃଦ୍ଧି କରିବାକୁ ଗତ ଜାନୁଆରୀ ମାସରେ ବିଜ୍ଞପ୍ତି ପ୍ରକାଶ କରିଥିଲେ। କିନ୍ତୁ ଏହା ଦ୍ୱାରା ୧୭ ରୁ ୧୮ ବର୍ଷର ଛାତ୍ରଛାତ୍ରୀ ବୟସ୍କ ଛାତ୍ରଛାତ୍ରୀଙ୍କ ସହିତ ପ୍ରତିଯୋଗିତା କରିପାରିବେ ନାହିଁ ବୋଲି ଦର୍ଶାଇ ଉପରୋକ୍ତ ବିଜ୍ଞପ୍ତି ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା। ମାମଲାର ଶୁଣାଣି କରି ଦିଲ୍ଳୀ ହାଇକୋର୍ଟ ଏମ୍‍ସିଆଇର ବିଜ୍ଞପ୍ତି ରଦ୍ଦ କରିଦେଇଥିଲେ। ଦିଲ୍ଳୀ ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟ ଖାରଜ କରିବା ସହିତ ଏମ୍‍ସିଆଇର ବିଜ୍ଞପ୍ତିକୁ ବଳବତ୍ତର ରଖିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories