www.samajalive.in
Saturday, December 13, 2025
26.1 C
Bhubaneswar

ମହାରାଷ୍ଟ୍ରରେ ମରାଠାଙ୍କୁ ୧୬ପ୍ରତିଶତ ସଂରକ୍ଷଣ

ନୂଆଦିଲ୍ଲୀ: ମହାରାଷ୍ଟ୍ର ସରକାର ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ମରାଠାଙ୍କୁ ୧୬ପ୍ରତିଶତ ସଂରକ୍ଷଣ ଦେବେ। ଏ ସମ୍ପର୍କୀତ ଏକ ବିଧେୟକ ମହାରାଷ୍ଟ୍ର ବିଧାନସଭାରେ ଗୃହୀତ ହୋଇଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଦ୍‍ନାଭିସ୍‍ ୧ଡିସେମ୍ବରରୁ ମରାଠାଙ୍କୁ ସଂରକ୍ଷଣ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଏଥିସହିତ ସଂରକ୍ଷଣ କାର୍ଯ୍ୟକାରୀ କରିବାରେ ବିରୋଧୀ ଦଳ ପ୍ରତିବନ୍ଧକ ସୃଷ୍ଟି କରୁଥିବା ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଥିଲେ।
ଆଲୋଚନା ବେଳେ ମରାଠା କୋଟା ଉପରେ ରାଜ୍ୟର ପଛୁଆ ବର୍ଗ ଆୟୋଗର ରିପୋର୍ଟ ବିଧାନସଭାରେ ଉପସ୍ଥାପନ କରିବାକୁ ବିଜେପି ଓ ଶିବସେନା ଦାବି କରିଥିଲେ। ତେବେ ଶ୍ରୀ ଫଦ୍‍ନାଭିସ୍‍ ଏହାକୁ ଅସ୍ୱୀକାର କରିବା ସହ ପୂର୍ବରୁ ଆୟୋଗ ଦ୍ୱାରା ୫୨ଟି ରିପୋର୍ଟ ପ୍ରସ୍ତୁତ କରିଥିବାବେଳେ ସେଗୁଡ଼ିକ ମଧ୍ୟରୁ କୌଣସି ରିପୋର୍ଟ ବିଧାନସଭାରେ ଉପସ୍ଥାପିତ ହୋଇ ନଥିବା ଦର୍ଶାଇଥିଲେ।
ବିବାଦ ତୀବ୍ର ରୂପ ନେବା ସହ ଆଜି ବିଜେପି ଓ ଶିବସେନା ସମସ୍ତ ବିଧାୟକଙ୍କୁ ବିଧାନସଭାରେ ଉପସ୍ଥିତ ରହିବାକୁ ହ୍ୱିପ୍‍ ଜାରି ହୋଇଥିଲା। ଗୁରୁବାର ଧ୍ୱନିମତରେ ମରାଠା ବିଲ୍‍ ବିଧାନସଭାରେ ଅନୁମୋଦନ ଲାଭ କରିଛି। ପଛୁଆ ବର୍ଗ ଆୟୋଗର ସୁପାରିସକୁ ଦୃଷ୍ଟିରେ ରଖି ମରାଠାଙ୍କ ପାଇଁ ୧୬ ପ୍ରତିଶତ ସଂରକ୍ଷଣ ଘୋଷଣା କରାଯାଇଛି। ମରାଠା ସଂରକ୍ଷଣ ପାଇଁ ସ୍ୱତନ୍ତ୍ର ଏସଇବିସି ନିର୍ମାଣ କରାଯାଇଛି। ମହାରାଷ୍ଟ୍ରରେ ୭୬ ପ୍ରତିଶତ ମରାଠା ବସବାସ କରୁଥିବାବେଳେ କେବଳ ୬ ପ୍ରତିଶତ ସରକାରୀ ଚାକରିଆ ଭାବେ କାମ କରୁଛନ୍ତି। ଅବଶିଷ୍ଟ କୃଷକ ଓ ଦିନମଜୁରିଆ ଭାବେ ଜୀବିକା ନିର୍ବାହ କରୁଛନ୍ତି ବୋଲି ପଛୁଆ ବର୍ଗ ରିପୋର୍ଟରେ ଉଲ୍ଲେଖ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories