www.samajalive.in
Saturday, December 13, 2025
15.1 C
Bhubaneswar

ବାଲ୍ୟ ଓ ବଳପୂର୍ବକ ବିବାହ ନିରୋଧ ଉପରେ ରାଜ୍ୟସ୍ତରୀୟ ବୈଠକ

ଭୁବନେଶ୍ୱର: ଚଳିତ ମାସ ୧୦ ତାରିଖରେ ଭୁବନେଶ୍ୱରସ୍ଥିତ ହୋଟେଲ ସ୍ୱସ୍ତି ପ୍ରିମିୟମ୍‌ରେ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ପକ୍ଷରୁ ୟୁଏସଆଇଡି ମୋମେଣ୍ଟମ୍‌ କଣ୍ଟ୍ରି ଓ ଗ୍ଲୋବାଲ ଲିଡରସିପ: ଇଣ୍ଡିଆ-ୟାଶ ଏବଂ ଦ ସେଣ୍ଟର ଫର୍‌ କ୍ୟାଟାଲାଇଜିଂ ଚେଞ୍ଜର ମିଳିତ ସହଯୋଗରେ ବାଲ୍ୟ ଓ ବଳପୂର୍ବକ ବିବାହ ଉପରେ ଏକ ରାଜ୍ୟସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସରକାରୀ କର୍ତ୍ତୃପକ୍ଷ, ସେ୍ୱଚ୍ଛାସେବୀ ସଙ୍ଗଠନ, କର୍ପୋରେଟ୍‌, କିଶୋର ଚାମ୍ପିୟନ୍ସ ସମେତ ବିଭିନ୍ନ ବର୍ଗର ୭୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଅଂଶଗ୍ରହଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗର ଅଧକ୍ଷ୍ୟା ଶ୍ରୀମତୀ ମନ୍ଦାକିନୀ କର ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାଲ୍ୟ ବିବାହକୁ ରୋକିବା ପାଇଁ ଏହି କ୍ଷେତ୍ର ସହ ଜଡ଼ିତ ବିଭିନ୍ନ ଅଂଶୀଦାରଙ୍କ ସହଯୋଗରେ କାର୍ଯ୍ୟ କରିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ଏହି ବୈଠକରେ ସି୩ ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଅପରାଜିତା ଗୋଗୋଇ, ୟୁଏସଆଇଡି ଉପଦଳ ମୁଖ୍ୟ ମିଷ୍ଟର ଅଭିଳାଷ ଜାକୋବ୍‌ ଫିଲିପ, ୟୁଏସ୍‌ଏଆଇଡି ଇଣ୍ଡିଆର ସ୍ୱାସ୍ଥ୍ୟ କାର୍ଯ୍ୟାଳୟର ଉପ-ନିର୍ଦ୍ଦେଶକ ମିସ ବନ୍ଦନା ଷ୍ଟାପଲଟନ, ଓଡ଼ିଶା ମହିଳା ଓ ଶିଶୁ ବିକାଶ ବିଭାଗର ଉପଦେଷ୍ଟା ମିସ୍‌ ସୁମିତ୍ରା ଜେନା, ରାଜ୍ୟ କଲ୍ୟାଣ ପରିଷଦର ସଦସ୍ୟ ସଚିବ ଶ୍ରୀମତୀ କ୍ୟୁ. ସୁଲତାନା, ସମାଜ କଲ୍ୟାଣ ବୋର୍ଡର ସଭାପତି କଲ୍ୟାଣୀ ନାୟକ ଏବଂ ଓଡ଼ିଶା ରାଜ୍ୟ ମହିଳା ଆୟୋଗର ମିନତୀ ବେହେରା ପ୍ରମୁଖ ଭାଗନେଇ ବ୍ୟାପକ ଭାବେ ବାଲ୍ୟବିବାହକୁ ସମାପ୍ତ କରିବା ପାଇଁ ସମୁଦାୟବ୍ୟାପୀ ପ୍ରତିବଦ୍ଧତାର ଆବଶ୍ୟକତା ରହିଛି ବୋଲି ଏହି ବୈଠକରେ ଆଲୋଚନା କରାଯାଇଥିଲା। କିଶୋରୀମାନଙ୍କୁ ଶିକ୍ଷା ଗ୍ରହଣ କରିବା, ସେମାନଙ୍କର ସ୍ୱପ୍ନ ସାକାର କରିବା ସହ ସେମାନଙ୍କ ବିକାଶ ପାଇଁ ଏକ ସକରାତ୍ମକ ପରିବେଶର ଆବଶ୍ୟକତା ଅଛି ବୋଲି ଏହି ବୈଠକରେ ଜୋର ଦିଆଯାଇଛି।
ଓଡ଼ିଶାର ନୟାଗଡ଼ ଓ ମୟୂରଭଞ୍ଜରେ ବାଲ୍ୟବିବାହ ଓ ବଳପୂର୍ବକ ବିବାହକୁ ରୋକିବା କରିବା ପାଇଁ ସି୩ର ବିଶ୍ୱସନୀୟ ନେତୃବୃନ୍ଦ ଓ କିଶୋର ଚାମ୍ପିୟନ୍‌ମାନଙ୍କ ସହ ମିଶି କାମ କରି ଆସିଛି। ନିରନ୍ତର ପ୍ରଶିକ୍ଷଣ ମାଧ୍ୟମରେ ଏହି ବିଶ୍ୱସନୀୟ ନେତୃବୃନ୍ଦ ଓ କିଶୋରମାନେ ବାଲ୍ୟବିବାହ ଓ ବଳପୂର୍ବକ ବିବାହକୁ ସକ୍ରିୟ ଭାବେ ବିରୋଧ କରି ନିଜ ଅଞ୍ଚଳର ପରିବର୍ତ୍ତନର ସ୍ୱର ହେଇପାରିଛନ୍ତି। ଏହି ଗୋଲଟେବୁଲ ବୈଠକରେ ସେମାନଙ୍କ ଅଭିଜ୍ଞତା ଏବଂ କାହାଣୀ ଉପରେ ମଧ୍ୟ ଆଲୋକପାତ କରାଯାଇଥିଲା ଏବଂ ବାଲ୍ୟବିବାହ ଭଳି ସାଂଘାତିକ ସମସ୍ୟାର ସମାଧାନ ଦିଗରେ ଗୋଷ୍ଠୀଗତ ଏକତ୍ରୀକରଣ କରି କିଭଳି ଏକ ଦୀର୍ଘସୂତ୍ରୀ ଉପାୟ ଅବଲମ୍ବନ କରିଯାଇପାରିବ ତାହା ଉପରେ ଆଲୋଚନା କରାଯାଇଥିଲା।

- Advertisement -

ଏହି ବୈଠକରେ ବାଲ୍ୟବିବାହ ଓ ବଳପୂର୍ବକ ବିବାହ ବିରୋଧରେ ନିଆଯାଇଥିବା ପଦକ୍ଷେପର ସଫଳତା ଉପରେ ଓ ଏହାକୁ ମୁକାବିଲା କରିବା ପାଇଁ ସି୩ ଦ୍ୱାରା ବ୍ୟବହାର କରାଯାଇଥିବା ରଣନୀତି ଉପରେ ଆଲୋଚନା କରିବା ପାଇଁ ମଞ୍ଚ ପ୍ରଦାନ କରିଥିଲା। ଭବିଷ୍ୟତର ରଣନୀତି ଉପରେ ମଧ୍ୟ ଏଠାରେ ଆଲୋଚନା ହେଇଥିଲା। ସାମୂହିକ ପ୍ରୟାସକୁ ପ୍ରୋତ୍ସାହିତ କରିବା ସହ କିଶୋରୀମାନେ କିପରି ଶିକ୍ଷା ଓ କ୍ୟାରିଅରରେ ପୂର୍ଣ୍ଣ କ୍ଷମତା ହାସଲ କରିପାରିବେ ସେ ବିଷୟ ଉପରେ ଆଲୋକପାତ କରାଯାଇଥିଲା।
ଏହି ଆଲୋଚନାଚକ୍ରରେ ୟୁଏସ୍‌ଏଆଇଡି ଉପଦେଷ୍ଟା ଡଃ ଶର୍ମିଲା ନିୟୋଗୀ, ସି୩ର ପ୍ରମୁଖ କାର୍ଯ୍ୟକର୍ତ୍ତା ବନ୍ଦନା ନାୟାର, ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତିର ପ୍ରବନ୍ଧକ ପ୍ରୀତିକାନ୍ତ ପଣ୍ଡା, ଓଏସ୍‌ସିପିସିଆର୍‌ର ପୂର୍ବତନ ସଦସ୍ୟ ହରିହର ନାୟକ ଓ ଏଡଏଟ୍‌ ଆକ୍ସନ, ଭୁବନେଶ୍ୱର ନିର୍ଦ୍ଦେଶକ ମିଷ୍ଟର ଉର୍ମି ଡାନିଏଲ ପ୍ରମୁଖ ଉପସ୍ଥିତ ଥିଲେ ।
ଏହି କାର୍ଯ୍ୟକ୍ରମ ଓଡ଼ିଶା ରାଜ୍ୟ ମୁଖ୍ୟ ଅଶୋକ କୁମାର ନାୟକ ଓ ୟୁଏସଏଆଇଡି ମୋମେଣ୍ଟମ କଣ୍ଟ୍ରି ଆଣ୍ଡ ଗ୍ଲୋବାଲ ଲିଡରସିପ ଇଣ୍ଡିଆର ରାଜ୍ୟ ପ୍ରୋଗ୍ରାମ ମ୍ୟାନେଜର ରୁଦ୍ର ପ୍ରସାଦ ପ୍ରଧାନଙ୍କ ତତ୍ତ୍ୱାବଧାନରେ ସଂପାଦିତ ହୋଇଥିଲା।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories