www.samajalive.in
Saturday, December 13, 2025
26.1 C
Bhubaneswar

ସରକାରୀ ମେଡିକାଲରେ ବଢିବ ଶଯ୍ୟା ସଂଖ୍ୟା : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର : ସ୍ୱାସ୍ଥ୍ୟ ବିଭାଗ ରାଜ୍ୟରେ ଥିବା ସମସ୍ତ ସରକାରୀ ମେଡିକାଲରେ ଶଯ୍ୟା ସଂଖ୍ୟା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ବର୍ତ୍ତମାନ ଘରୋଇ ଓ ସରକାରୀ ହସ୍ପିଟାଲକୁ ମିଶାଇ ୨୮ ହଜାର ଶଯ୍ୟା ଅଛି । ହସ୍ପିଟାଲ ଶଯ୍ୟା ସଂଖ୍ୟା ୪୫ରୁ ୫୦ ହଜାରକୁ ବଢାଇବାକୁ ଯୋଜନା ରହିଛି ।
ସେହିପରି ସବୁ ପିଏଚସି ଓ ସିଏଚସିରେ ମଧ୍ୟ ଶଯ୍ୟା ସଂଖ୍ୟା ବଢିବ। ପିଏଚସିରେ ୨୪ ଘଣ୍ଟିଆ ସେବା ପାଇଁ ୬ଟି ଲେଖାଏଁ ଶଯ୍ୟା ରହିବ। ସେହିପରି ସ୍ୱାସ୍ଥ୍ୟ ବିଭାଗ ୩୦୬ଟି ନୂଆ ପିଏଚସି ଖୋଲିବାକୁ ଯୋଜନା ରଖିଛି । ଏବେ ୧୨୩୬ଟି ପିଏଚସି ଅଛି । ଅନ୍ୟ ପକ୍ଷରେ ପ୍ରତି ସିଏଚସିରେ ୩୦ ଲେଖାଏଁ ଶଯ୍ୟା ରହିବ। ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲରେ ୩୦୦ ଲେଖାଏଁ ଶଯ୍ୟା ପାଇଁ କାମ ଚାଲିଛି । ହସ୍ପିଟାଲ ଓ ମେଡିକାଲ କଲେଜ ସହ ଡାକ୍ତର ସଂଖ୍ୟା ମଧ୍ୟ ବଢିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories