www.samajalive.in
Sunday, December 14, 2025
26.1 C
Bhubaneswar

ଯାତ୍ରୀବାହୀ ବସରେ ଅଗ୍ନିକାଣ୍ଡ ଘଟଣା​, ଜଣେ ମୃତ

ଡେସ୍କ : ପଶ୍ଚିମବଙ୍ଗରୁ ଓଡ଼ିଶା ଆସୁଥିବା ଯାତ୍ରୀବାହୀ ବସରେ ଅଗ୍ନିକାଣ୍ଡ ଘଟଣା​ରେ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ ମହିଳା ଜଣଙ୍କ ହେଉଛନ୍ତି ପୁଷ୍ପାଞ୍ଜଳି ଦାସ । ତାଙ୍କ ଘର କେନ୍ଦ୍ରାପଡା ଜିଲ୍ଲା ନୋଳିଆ ଗାଁରେ। ନିଆଁ ଲାଗିଥିବା ବସ୍‌ରେ ୩୮ଜଣ ଯାତ୍ରୀ ଥିଲେ ବୋଲି ସୂଚନା ମିଳିଛି। ସେମାନଙ୍କ ମଧ୍ୟରୁ ୩୧ ଜଣ ଓଡ଼ିଶାର ଯାତ୍ରୀ ଥିବା ଜଣାପଡିଛି।

ଅଗ୍ନିକାଣ୍ଡ ପରେ ଆହତମାନଙ୍କୁ ଉଦ୍ଧାର କରାଯାଇ ମେଦିନାପୁର ଓ ଖଡଗପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବା​ଲେଶ୍ବର ଜିଲ୍ଲାର କିଛି ପ୍ରଶାସନିକ ଅଧିକାରୀ ସେଠାରେ ପହଞ୍ଚି ଆହତ ଯାତ୍ରୀମାନଙ୍କ ଚିକିତ୍ସା ବ୍ୟବସ୍ଥା ଅନୁଧ୍ୟାନ କରିବା ସହ ସମସ୍ତ ଓଡ଼ିଆ ଯାତ୍ରୀଙ୍କ ଫେରିବା ବ୍ୟବସ୍ଥା କରୁଛନ୍ତି।

- Advertisement -

ତେବେ ବସ୍‌ରେ କେମିତି ନିଆଁ ଲାଗିଲା,  ସେନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ । ବସ୍‌ଟି ଗତକାଲି ରାତିରେ କଲକାତାର ବାବୁଘାଟରୁ ପାରାଦୀପ ଆସୁଥିଲା। ଖଡ଼ଗପୁର ଗ୍ରାମୀଣ ଥାନା ମାଦପୁର ନିକଟରେ ରାତି ପ୍ରାୟ ସାଢ଼େ ୯ରୁ ୧୦ଟା ମଧ୍ୟରେ ଏହି ଭୟଙ୍କର ଅଗ୍ନିକାଣ୍ଡ ହୋଇଥିଲା। ବାଟରେ ବସ୍‌ଟି ହୁତୁହୁତୁ ହୋଇ ଜଳି ଯାଇଥିଲା ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories