www.samajalive.in
Monday, December 8, 2025
27.1 C
Bhubaneswar

ଆମ ଦୈନନ୍ଦିନ ଜୀବନ ସହ ଜଡିତ କଦଳୀ ବୃକ୍ଷ

ପୁରାଣ ସମୟରୁ ହିଁ କଦଳୀ ବୃକ୍ଷ ପୂଜନୀୟ ଓ ପବିତ୍ର ରୂପେ ବିବେଚିତ। ଏହାର ପତ୍ର, ଫଳକୁ ସମସ୍ତ କାର୍ଯ୍ୟରେ ବ୍ୟବହାର କରାଯାଇଥାଏ। ପୂଜାରେ କଦଳୀ ପତ୍ର, ଫଳକୁ ମଧ୍ୟ ବ୍ୟବହାର କରାଯାଇଥାଏ। କଦଳୀ ବୃକ୍ଷରେ ଦେବଗୁରୁ ବୃହସ୍ପତି ବାସ କରିଥାଆନ୍ତି ବୋଲି କୁହାଯାଇଛି।

ନିୟମିତ ୭ଟି ଗୁରୁବାର ନିୟମିତ ରୂପେ କଦଳୀ ବୃକ୍ଷକୁ ପୂଜା କରିବା ଦ୍ବାରା ସମସ୍ତ ମନୋକାମନା ପୂର୍ଣ୍ଣ ହୋଇଥାଏ। ଅବିବାହିତ ଝିଅମାନେ କଦଳୀ ବୃକ୍ଷକୁ ପୂଜା କରିବା ଦ୍ବାରା ବିବାହ ଶୀଘ୍ର ହୋଇଥାଏ।

- Advertisement -

ଭଗବାନ ସତ୍ୟନାରାୟଣଙ୍କ ପୂଜା ସମୟରେ କଦଳୀ ପତ୍ରର ବିଶେଷ ମହତ୍ତ୍ବ ରହିଛି। ପୂଜା ସମୟରେ କଦଳୀ ପତ୍ରରେ ମଣ୍ଡପ ପ୍ରସ୍ତୁତ କରାଯାଇଥାଏ।କଦଳୀ ପତ୍ରରେ ଅନେକ ଔଷଧୀୟ ଗୁଣ ରହିଛି। ଭାରତର ବହୁ ସ୍ଥାନରେ କଦଳୀ ପତ୍ରରେ ଖାଦ୍ୟ ଖାଇ ଥାଆନ୍ତି। ଏଥିରେ ଖାଦ୍ୟ ଖାଇବା ଦ୍ବାରା ସ୍ବାସ୍ଥ୍ୟ ଭଲ ରହିଥାଏ। ଭୋଜନ ଅଧିକ ସ୍ବାଦଯୁକ୍ତ ଲାଗେ। କଦଳୀ ପତ୍ରକୁ ସୁନାର ଥାଳୀ ମଧ୍ୟ କୁହାଯାଇଥାଏ।

ଯେଉଁ ମାନଙ୍କ ଜନ୍ମ ଯାତକରେ ଗୁରୁ ଗ୍ରହ ସମ୍ବନ୍ଧିତ ଦୋଷ ରହିଥିବ। ସେମାନେ କଦଳୀ ବୃକ୍ଷକୁ ପୂଜା କରିବା ଦ୍ବାରା ଦୁର୍ଭାଗ୍ୟ ଦୂର ହୋଇଥାଏ।

ଏପରି କରନ୍ତୁ କଦଳୀ ବୃକ୍ଷର ପୂଜା :

ଗୁରୁବାର ଦିନ ମନ୍ଦିର ଯାଆନ୍ତୁ। ମନ୍ଦିରର ଯେଉଁଠାରେ କଦଳୀ ବୃକ୍ଷ ଥିବ ସେଠାକୁ ଯାଇ ଜଳ ଅର୍ପଣ କରନ୍ତୁ। ତାପରେ ହାତ ଯୋଡି ବୃହସ୍ପତିଙ୍କୁ ଧ୍ୟାନ କରନ୍ତୁ।ବୃକ୍ଷ ତଳେ ହଳଦୀ, ଚଣା ଡାଲି ଓ ଗୁଡ ଅର୍ପଣ କରନ୍ତୁ।

କୁଙ୍କୁମ, ଚାଉଳ, ଫୁଲ ଆଦି ବୃକ୍ଷରେ ଅର୍ପଣ କରନ୍ତୁ।

ତା ପରେ ହାତ ଯୋଡି କଦଳୀ ବୃକ୍ଷ ଚାରିପଟେ ପରିକ୍ରମା କରନ୍ତୁ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories