www.samajalive.in
Monday, December 8, 2025
14.1 C
Bhubaneswar

ମହାକାଶ ବିଜ୍ଞାନରେ ନୂଆ ରେକର୍ଡ: ୩୧ଟି ଉପଗ୍ରହ ପ୍ରେରଣ କଲା ପିଏସ୍‍ଏଲ୍‍ଭି

ନୂଆଦିଲ୍ଲୀ: ମହାକାଶ ଗବେଷଣା ବିଜ୍ଞାନରେ ଭାରତ ଆଉ ଏକ ଇତିହାସ ରଚନା କରିଛି। ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର(ଇସ୍ରୋ) ଗୁରୁବାର ହାଇପର ସ୍ପେକ୍ଟ୍ରାଲ୍‍ ଇମେଜିଂ ସାଟେଲାଇଟ୍‍(ଏଚ୍‍ୱାଇଏସ୍‍ଆଇଏସ୍‍) ଉପଗ୍ରହ ପ୍ରେରଣ କରିଛି। ଏଚ୍‍ୱାଇଏସ୍‍ଆଇଏସ୍‍ରୁ ପ୍ରେରିତ ତଥ୍ୟ ଶିଳ୍ପ ପ୍ରଦୂଷଣ, କୃଷି, ଜଙ୍ଗଲ, ଭୌଗୋଳିକ ବିଜ୍ଞାନ, ପ୍ରତିରକ୍ଷା ସମ୍ବନ୍ଧୀୟ ଗବେଷଣାରେ ସହାୟକ ହୋଇପାରିବ ବୋଲି ଇସ୍ରୋ ବୈଜ୍ଞାନିକମାନେ କହିଛନ୍ତି।
ଗୁରୁବାର ପୂର୍ବାହ୍ନ ୯.୫୮ରେ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ୍‍ ମହାକାଶ ଗବେଷଣା କେନ୍ଦ୍ରରୁ ଏଚ୍‍ୱାଇଏସ୍‍ଆଇଏସ୍‍ ସହିତ ଅନ୍ୟ ୮ଟି ଦେଶର ୩୦ଟି ମାଇକ୍ରୋ ଓ ନାନୋ ଉପଗ୍ରହ ପ୍ରେରଣ କରାଯାଇଛି। ଏଥିପାଇଁ୧୬ ଘଣ୍ଟାର କାଉଣ୍ଟଡାଉନ୍‍ ଗତ ବୁଧବାରଠାରୁ ଆରମ୍ଭ ହୋଇଥିଲା। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ପିଏସ୍‍ଏଲ୍‍ଭି ସି ୪୩ ଉତ୍‍କ୍ଷେପଣ ଯାନରୁ ଦୁଇଟି ଅର୍ବିଟ୍‍କୁ ଏହି ଉପଗ୍ରହ ପ୍ରେରଣ କରାଯାଇଥିଲା।
୩୮୦ କେଜି ଓଜନ ବିଶିଷ୍ଟ ଏହି ଉପଗ୍ରହ ସୌର ମଣ୍ଡଳର ୬୩୬ କିମି ଦୂରରେ ଅବସ୍ଥାନ କରିବ। ଏହାର କାର୍ଯ୍ୟକାଳ ୫ ବର୍ଷ ରହିବ।
ଗୁରୁବାର ପ୍ରେରିତ ୩୦ଟି ବିଦେଶୀ ଉପଗ୍ରହ ମଧ୍ୟରୁ ଆମେରିକାର ସର୍ବାଧିକ ୨୨ଟି ନାନୋ ଉପଗ୍ରହ ରହିଛି। ଏତଦ୍‍ବ୍ୟତୀତ ଅଷ୍ଟ୍ରେଲିଆ, କାନାଡ଼ା, କଲମ୍ବିଆ, ଫିନ୍‍ଲାଣ୍ଡ, ମାଲେସିଆ, ନେଦରଲ୍ୟାଣ୍ଡ, ସ୍ପେନ୍‍ର ଉପଗ୍ରହ ଗୁରୁବାର ପିଏସ୍‍ଏଲ୍‍ଏଭି ଯୋଗେ ଉତ୍‍କ୍ଷେପଣ କରାଯାଇଛି। ବିଦେଶୀ ଉପଗ୍ରହଗୁଡ଼ିକ ୫୦୪ ଅର୍ବିଟ୍‍ରେ ସ୍ଥାପନା କରାଯାଇଛି।
ଏ ପର୍ଯ୍ୟନ୍ତ ପିଏସ୍‍ଏଲ୍‍ଭି ଭାରତର ୫୨ଟି ଓ ୨୮ଟି ଦେଶର ୨୩୯ଟି ଉପଗ୍ରହ ପ୍ରେରଣ କରିସାରିଲାଣି। ୨୦୧୭, ଫେବୃଆରୀ ୧୫ ତାରିଖରେ ଭାରତ ଏକାସହିତ ୧୦୪ଟି ଉପଗ୍ରହ ପ୍ରେରଣ କରି ରେକର୍ଡ ସୃଷ୍ଟି କରିଥିଲା।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories