www.samajalive.in
Saturday, December 13, 2025
26.1 C
Bhubaneswar

ଅତଲସରାରେ ହେବ ଇକୋ-ଟୁରିଜିମ୍; ଭିତ୍ତିଭୂମି ପରିଦର୍ଶନ କଲେ ମନ୍ତ୍ରୀ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅର୍ନ୍ତଗତ କୁଶଙ୍ଗ ମହାନଦୀ ବନ୍ୟପ୍ରାଣୀ ଅଭୟାରଣ୍ୟ ମଧ୍ୟରେ ଥିବା ଅତଲସରା ଶିଶୁବଗିଚା ନିକଟସ୍ଥ ମହାନଦୀ ବାଲି ଶଯ୍ୟାରେ ହେବ ଇକୋ-ଟୁରିଜିମ୍। ପ୍ରସ୍ତାବିତ ଇକୋ-ଟୁରୁଜିମ୍‌‌ ନିର୍ମାଣ ପାଇଁ ଗୁରୁବାର ଜଙ୍ଗଲ, ପରିବେଶ, ପଂଚାୟିତରାଜ ଓ ସୂଚନା ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ୍‌‌, ବୌଦ୍ଧ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ, ବୌଦ୍ଧ ଏସ.ପି ରାଜ ପ୍ରସାଦ, ନୟାଗଡ଼ ବନ୍ୟପ୍ରାଣୀ ଡିଏଫଓ ଫାଲଗୁନି ମଲ୍ଲିକ, ବୌଦ୍ଧ ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଭିତ୍ତିଭୂମି ପରଖିଥିବା ଜଣାପଡ଼ିଛି। ଅତିଶୀଘ୍ର ଏଠାରେ ଏକ ଇକୋ ଟୁରିଜିମ ପର୍ଯ୍ୟଟନ ଚଳିତବର୍ଷ ଡିସେମ୍ବର ସୁଦ୍ଧା ଆରମ୍ଭ କରାଯିବା ପାଇଁ ଖସଡା ପ୍ରସ୍ତୁତ ହୋଇଛି। ଏଠାରେ ଏକ ବଡଧରଣର ଇକୋ ଟୁରିଜିମ ପର୍ଯ୍ୟଟନ ନିର୍ମାଣ ପରେ ଅଭୟାରଣ୍ୟ ପାର୍ଶ୍ବବର୍ତ୍ତୀ ଗାଁ ଲୋକଙ୍କୁ ରୋଜଗାରକ୍ଷମ କରିବା ପାଇଁ ଏହା ବେଶ୍ ସହାୟକ ହେବ। ଏହା ସହିତ ଓଡ଼ିଶାର କେନ୍ଦ୍ରସ୍ଥଳରେ ଅବସ୍ଥିତ ବୌଦ୍ଧ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଜିଲ୍ଲା ସୋନପୁର, ବଲାଙ୍ଗୀର, କନ୍ଧମାଳ, ନୟାଗଡ଼, ସମ୍ବଲପୁର ଏପରିକି ଅନୁଗୁଳୁ ଜିଲ୍ଲା ଲୋକଙ୍କ ବୁଲିବା ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ ପାଇଁ ଏହା ବେଶ୍ ସହାୟକ ହୋଇପାରିବ। ଏହା ସହିତ ଦୀର୍ଘବର୍ଷ ହେଲା ବନ୍ଦ ହୋଇପଡ଼ିଥିବା ଟିକରପଡ଼ା ପର୍ଯ୍ୟଟନ ସ୍ଥଳୀର ଉପଭୋଗ ସହିତ ମହାନଦୀର ସବୁଜ ଜଳରାଶିରେ ବୁଲିବା ସାଙ୍ଗକୁ ନଦୀରୁ ଦୁଇପାର୍ଶ୍ବର ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ବତମାଳା ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିପାରିବ। ଖାଲି ସେତିକି ନୁହେଁ ପର୍ଯ୍ୟଟନ କ୍ଷେତ୍ର ପସ୍ତୁତ ପରେ ଏଠାକୁ ପର୍ଯ୍ୟଟକଙ୍କ ଗମନାଗମନ ଫଳରେ ଆଭ୍ୟନ୍ତରୀଣ ଅଞ୍ଚଳରେ ରହିଥିବା କ୍ଷୁଦ୍ର ଦୋକାନୀଙ୍କ ବ୍ୟବସାୟ ବୃଦ୍ଧି ଘଟିବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଲୋକଙ୍କ ଚଳପ୍ରଚଳ ବୃଦ୍ଧି ପାଇଲେ ଅଭୟାରଣ୍ୟ ମଧ୍ୟରେ ଚାଲିଥିବା ଅବାଧ ବନ୍ୟଜନ୍ତୁ ଶିକାର ଉପରେ ରୋକ ଲାଗିବା ସହିତ ଏହା ବନ୍ୟପ୍ରାଣୀ ସୁରକ୍ଷା ପାଇଁ ବେଶ ସହାୟକ ହୋଇପାରିବ। ଆଜି ଉକ୍ତ ପର୍ଯ୍ୟଟନ ସ୍ଥଳୀ ପରିଦର୍ଶନ ସମୟରେ ମନ୍ତ୍ରୀଙ୍କ ସହିତ ହରଭଙ୍ଗା ବିଡିଓ ସ୍ୱପ୍ନିତା ନାଏକ, ହରଭଙ୍ଗା ତହସିଲଦାର ଶିବାନୀ ଦାଶ, ଏସିଏଫ ଦେବୀପ୍ରସାଦ ରାଉତ୍‌‌, ଏସିଏଫ ସୁଦିପ୍ତି ମହାପାତ୍ର, କୁଶଙ୍ଗ ରେଞ୍ଜ ଅଫିସର ସଂସାର ବର୍ଗୀଆ, ଫରେଷ୍ଟର କାଳନ୍ଦୀଚରଣ ସାଥୁଆ, ଅନ୍ତର୍ଯ୍ୟାମୀ ଯାନୀ ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନା ଥାଉ କି, ଗତ ୨୦୨୧ ମସିହାରେ ବୌଦ୍ଧ ତତ୍କାଳୀନ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ସମୟରେ ଛାମୁଣ୍ଡିଆ ରେଞ୍ଜର ବଡମୂଳ ଭଳି ଏଠାରେ ଏକ ଇକୋ ଟୁରୁଜିମ ପର୍ଯ୍ୟଟନ ପାଇଁ ସ୍ଥାନ ପରିଦର୍ଶନ କରିଥିଲେ। ଦୁଇବର୍ଷ ପରେ ପ୍ରସ୍ତାବିତ ପର୍ଯ୍ୟଟନ କାର୍ଯ୍ୟକ୍ଷମ ହେବାକୁ ଯାଉଥିବା ଖବର ଶୁଣି ବୌଦ୍ଧବାସୀଙ୍କ ମନରେ ଖୁସି ପ୍ରକାଶ ପାଇଛି।

- Advertisement -

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories