ମାଲକାନଗିରି : ବିଏସଏଫର କୁମ୍ବିଂ ଅପରେସନ ବେଳେ ବଡ ସଫଳତା ମିଳିଛି। ମାଓ ଡମ୍ପିଂ ଠାବ କରିଛି ବିଏସଏଫ। ତୁଳସୀ ପାହାଡ ଗୁମ୍ଫାରେ ମାଓବାଦୀ ଲୁଚାଇଥିବା ଅସ୍ତ୍ରଶସ୍ତ୍ର ଆଜି ଜବତ ହୋଇଛି। ଡମ୍ପିଂରୁ ବିପୁଳ ପରିମାଣର ମାଓ ସାମଗ୍ରୀ ସହ ବିସ୍ଫୋରକ ମଧ୍ୟ ଜବତ ହୋଇଛି। ଟିଫିନ ବୋମା,ଗ୍ରେନେଡ୍ ସହ ମାଓ ପୁସ୍ତିକା ଜବତ ହୋଇଛି। ଯବାନଙ୍କୁ ଟାର୍ଗେଟ କରିବା ପାଇଁ ମାଓବାଦୀ ଏହି ଯୋଜନା କରିଥିବା ବେଳେ ବିଏସଏଫ ଏହାକୁ ପଣ୍ଡ କରିଛନ୍ତି। ତଲାସୀ ଅଭିଯାନ ଜାରି ରହିଛି।
Popular Categories



