www.samajalive.in
Saturday, December 13, 2025
26.1 C
Bhubaneswar

ଆରମ୍ଭ ହେଲା ରାଜ୍ୟସ୍ତରୀୟ କ୍ରୀଡା ପ୍ରତିଯୋଗିତା ‘ଉତ୍ସାହ’

ଭୁବନେଶ୍ୱର : ମହିଳା ଶିଶୁ ବିକାଶ ବିଭାଗ ଅଧିନସ୍ଥ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି ଦ୍ୱାରା କଳିଙ୍ଗ ଷ୍ଟାଡିୟମରେ ଆନୁଷ୍ଠାନିକ ଭାବେ ଆରମ୍ଭ ହେଇଛି ରାଜ୍ୟସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉତ୍ସବ ‘ଉତ୍ସାହ’। ମିଶନ ଶକ୍ତି, ମହିଳା ଓ ଶିଶୁ ବିକାଶ ବିଭାଗ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିଶୁମାନଙ୍କୁ ପ୍ରୋତ୍ସାହିତ କରିଥିଲେ। କ୍ରୀଡା ପ୍ରତିଯୋଗିତା ଦ୍ୱାରା ଶିଶୁମାନଙ୍କର ନେତୃତ୍ୱ, ଦଳଗତ କାର୍ଯ୍ୟ, ଅନୁଶାସନ, ନ୍ୟାୟ ସମାନତା ଗୁଣ ଉନ୍ନତି ହେବା ସହ ସାମାଜିକ ମୂଲ୍ୟବୋଧକୁ ଜାଗ୍ରତ କରାଇବ ବୋଲି ଶ୍ରୀମତୀ ହେମ୍ବ୍ରମ ମତବ୍ୟକ୍ତ କରିଛନ୍ତି ।
ଏହି ଉତ୍ସବରେ ପଞ୍ଚାୟତିରାଜ ବିଭାଗ ଅଧିନସ୍ଥ ଓରମାସ୍‌ର ମୁଖ୍ୟ କାର୍ଯ୍ୟନିବାହୀ ଅଧିକାରୀ ପୁନମ ତାପସ ଗୁହା ଉପସ୍ଥିତ ରହି ପିଲାମାନଙ୍କୁ ଉତ୍ସାହିତ କରିଥିଲେ। ଏହି କ୍ରୀଡାବିତ୍‌ମାନଙ୍କର ଉତ୍ସାହ ଓ ଉଲ୍ଲେଖନୀୟ ପ୍ରଦର୍ଶନ ଅନ୍ୟମାନଙ୍କୁ ପ୍ରେରଣା ଯୋଗେଇବା ସହ ଓଡ଼ିଶାର କ୍ରୀଡା କ୍ଷେତ୍ରକୁ ଆହୁରି ସୁଦୃଢ କରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି ।

ବୁଧବାର ଏହି କାର୍ଯ୍ୟକ୍ରମର ପ୍ରଥମ ଦିନରେ ସମଗ୍ର ରାଜ୍ୟର ୨୨୮ ଶିଶୁ ଯତ୍ନ ଅନୁଷ୍ଠାନର ପ୍ରାୟ ୬୦୦ ଜିଲା ସ୍ତରୀୟ ବିଜେତାମାନଙ୍କ ମଧ୍ୟରେ ଫୁଟବଲ, ଲଙ୍ଗ ଜମ୍ପ, ହାଇ ଜମ୍ପ ଏବଂ ଚେସ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଶିଶୁ ଯତ୍ନ ଅନୁଷ୍ଠାନର ଛୋଟ ଛୋଟ ପିଲାମାନଙ୍କର ଉତ୍ସାହ ଓ ପ୍ରଦର୍ଶନ ଦେଖି ସେ ଗର୍ବିତ ବୋଲି ମହିଳା ଶିଶୁ ବିକାଶ ବିଭାଗର କମିସନର ତଥା ସଚିବ ଶୁଭା ଶର୍ମା କହିଥିଲେ । ଆଜିର ଏହି କାର୍ଯ୍ୟକ୍ରମ ଶିଶୁମାନଙ୍କ ସ୍ୱପ୍ନକୁ ଡେଣା ଯୋଗେଇବ ବୋଲି ସେ ଆଶା ପୋଷଣ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ସଚିବ ଶ୍ରୀମତୀ ରେଗା ଗୀତାରାଣୀ ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିଲେ ଓ ଶିଶୁ ସୁରକ୍ଷା ସମିତିର ପ୍ରବନ୍ଧକ ପ୍ରୀତିକାନ୍ତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories