www.samajalive.in
Friday, December 12, 2025
19.1 C
Bhubaneswar

ଜାନୁଆରୀ ୨୧ରେ ସିଟିଇଟି, ନଭେମ୍ବର ୨୩ ଯାଏ ଆବେଦନ

ଭୁବନେଶ୍ବର: ଆସନ୍ତାବର୍ଷ ଜାନୁଆରୀ ୨୧ ତାରିଖ (ରବିବାର) କେନ୍ଦ୍ରୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ସିଟିଇଟି) ଅନୁଷ୍ଠିତ ହେବ। ଏଥିପାଇଁ ଅନ୍‌ଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଇଚ୍ଛୁକ ପ୍ରାର୍ଥୀ ସିଟିଇଟିର ଅଫିସିଆଲ ୱେବ୍‌ସାଇଟରେ ପରୀକ୍ଷା ପାଇଁ ଆବେଦନ କରିପାରିବେ। ଆବେଦନର ଶେଷ ସମୟସୀମା ଆସନ୍ତା ନଭେମ୍ବର ୨୩ ତାରିଖକୁ ଧାର୍ଯ୍ୟ କରାଯାଇଛି। ଏହି ସମୟ ମଧ୍ୟରେ ଆଗ୍ରହୀ ପ୍ରାର୍ଥୀ ଆବଶ୍ୟକ ଫି’ ଦେଇ ଆବେଦନ କରିପାରିବେ ବୋଲି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ଅନୁସାରେ, ସମଗ୍ର ଦେଶର ୧୩୫ଟି ସହରରେ ୨୦ଟି ଭାଷାରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ସିଟିଇଟି ପରୀକ୍ଷା ଦେବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ଅଧିକ ସୂଚନା ଅଫିସିଆଲ୍ ୱେବ୍‌ସାଇଟ୍‌ରୁ ପାଇବେ। ୱେବସାଇଟ୍‌ରେ ପରୀକ୍ଷା ସମ୍ବନ୍ଧିତ ସମସ୍ତ ସୂଚନା, ସିଲାବସ୍, ଭାଷା, ପରୀକ୍ଷା ଦେୟ, ଯୋଗ୍ୟତା ଆଦି ସମ୍ପର୍କରେ ସବିଶେଷ ତଥ୍ୟ ଉଲ୍ଲେଖ ରହିବ। ଇଚ୍ଛୁକ ପ୍ରାର୍ଥୀମାନେ ସିଟିଇଟି ପାଇଁ ଆବେଦନ କରିବା ପୂର୍ବରୁ ୱେବ୍‌ସାଇଟରୁ ଗୁରୁତ୍ବପୂର୍ଣ୍ଣ ସୂଚନା ଡାଉନ୍‌ଲୋଡ୍ କରି ତାହାକୁ ଭଲ ଭାବେ ପଢ଼ିବାକୁ ପରାମର୍ଶ ଦିଆଯାଇଛି।

Hot this week

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

Related Articles

Popular Categories