www.samajalive.in
Monday, December 8, 2025
13.1 C
Bhubaneswar

ନୀତି ସବକମିଟି ପ୍ରସ୍ତାବକୁ ଅନୁମୋଦନ – ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ : ନୀତି ସବକମିଟି ପ୍ରସ୍ତାବକୁ ଶନିବାର ଅନୁମୋଦନ ମିଳିଛି। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ ଏହି ସୂଚନା ଦେଇଛନ୍ତି। ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ନେଇ ବୈଠକରେ ଆଲୋଚନା ହୋଇଛି। ନୀତି ସବକମିଟି ଦେଇଥିବା ରିପୋର୍ଟକୁ ଅନୁମୋଦନ ମିଳିଛି। ଓବିସିସି କାମ ଶେଷ କରିବା ନେଇ ପ୍ରତିଶ୍ରୁତି ଦେଇ ସାରିଛି। ପ୍ରକଳ୍ପ ଲୋକାର୍ପଣ ବେଳେ ଐଶାନ୍ୟ କୋଣରେ ଯଜ୍ଞ କରାଯିବ। ବିଭିନ୍ନ ସଂକୀର୍ତ୍ତନ ମଣ୍ଡଳୀଙ୍କୁ ପୁରୀ ଆସିବାକୁ ନିମନ୍ତ୍ରଣ କରାଯିବ। ୪ଟି ସ୍ଥାନରେ ଦାନବାକ୍ସ ରହିବ। ଭକ୍ତ ନିବାସରେ ଟିଭି ଲାଗିବ। ସେବକଙ୍କ କଲ୍ୟାଣ ଯୋଜନାର ଅର୍ଥରାଶି ବୃଦ୍ଧି ନେଇ ମଧ୍ୟ ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।
ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଲେଜର ସ୍କାନିଂକୁ ମଧ୍ୟ ଅନୁମତି ମିଳିଛି। ଏଥିପାଇଁ ଏଏସଆଇକୁ ଅନୁମତି ଦିଆଯାଇଥିବା ବେଳେ ସୁବିଧା ଦେଖି କରାଯିବ ବୋଲି କହିଛନ୍ତି। ହାଇ ଲେବୁଲ କମିଟି ଗଠନ ନେଇ ନିଷ୍ପତ୍ତି ହୋଇ ନାହିଁ। ପ୍ରଥମେ ରତ୍ନଭଣ୍ଡାର ଲେଜର ସ୍କାନିଂ ପରେ ଅନ୍ୟାନ୍ୟ ଦିଗ ପ୍ରତି ଧ୍ୟାନ ଦିଆଯିବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି।

Hot this week

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

Related Articles

Popular Categories