www.samajalive.in
Monday, December 8, 2025
24.1 C
Bhubaneswar

ଶନିବାର ବିରି ଖେଚେଡ଼ି ପ୍ରସ୍ତୁତ କରି ଦାନ କରନ୍ତୁ

ଶନିବାରଟି ଶନିଦେବତାଙ୍କୁ ସମର୍ପିତ। ଶନିଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ। କର୍ମ ଅନୁଯାୟୀ ପ୍ରଭୁ ଫଳପ୍ରଦାନ କରିଥାଆନ୍ତି ବୋଲି ମାନ୍ୟତା ରହିଛି। ଜାଣନ୍ତୁ..
ଶନିବାର ଦିନ ଲୁହାରେ ପ୍ରସ୍ତୁତ ଜିନିଷ ଦାନ କରନ୍ତୁ। ମାତ୍ର ଘରକୁ କଦାପି ଲୁହା ଜିନିଷ କିଣି ଆଣନ୍ତୁ ନାହିଁ।
ଶନିବାର ଦିନ ଘରକୁ ସୋରିଷ ଆଣନ୍ତୁ ନାହିଁ। ଏହିଦିନ ଶନିଦେବଙ୍କୁ ସୋରିଷ ତେଲରେ ଅଭିଷେକ କରାନ୍ତୁ। ସୋରିଷ ତେଲ ଦାନ ମଧ୍ୟ କରନ୍ତୁ।
ଶନିବାର ଦିନ ଜୋତା ଚପଲ ମଧ୍ୟ କିଣନ୍ତୁ ନାହିଁ। ଏପରି କରିବା ଦ୍ୱାରା କର୍ମକ୍ଷେତ୍ରରେ ଅସଫଳତା ପ୍ରାପ୍ତି ହୋଇଥାଏ।
ମାତ୍ର ଜୋତା ଚପଲ ଦାନ କରିପାରିବେ।
ଶନିବାର କଳା ବିରି କିଣିବା ସହ ଏଥିରେ ଖେଚେଡ଼ି ପ୍ରସ୍ତୁତ କରି ଦାନ କରନ୍ତୁ।
ଶନିବାର ଦିନ ଯେକୌଣସି ଲୁହା ବାସନରେ ସୋରିଷ ତେଲ ଭର୍ତ୍ତି କରି ନିଜ ମୁହଁ ସେଥିରେ ଦେଖନ୍ତୁ। ଏହାପରେ ସେହି ବାସନ ସହ ତେଲକୁ ଯେକୌଣସି ଅସହାୟଙ୍କୁ ଦାନ କରନ୍ତୁ। ଦାନ ଗ୍ରହଣ କରୁଥିବା ବ୍ୟକ୍ତି ବୟସରେ ବଡ଼ ହୋଇଥିଲେ ଖୁବ ଉତ୍ତମ।
ପ୍ରତ୍ୟେକ ଦିନ ୧୦୮ ଥର ଶନିଦେବଙ୍କ ସରଳ ମନ୍ତ୍ରକୁ ଜପ କରନ୍ତୁ।

ଘରର ବଗିଚାରେ ଶମି ବୃକ୍ଷ ଲଗାନ୍ତୁ ଓ ପୂଜା କରନ୍ତୁ। ଏହା ଘରର ବାସ୍ତୁଦୋଷ ଦୂର କରିବା ସହ ଶନିଙ୍କ କୃପା ମଧ୍ୟ ପ୍ରାପ୍ତି ହୋଇଥାଏ।
ଶନିଦେବଙ୍କ କୃପା ପ୍ରାପ୍ତି ପାଇଁ ନିଜ ମାତାପିତାଙ୍କ ସର୍ବଦା ସମ୍ମାନ ଓ ସେବା କରନ୍ତୁ।
ଶନିବାର ଦିନ କଳା କିମ୍ବା ନୀଳ ରଙ୍ଗ ବସ୍ତ୍ର ଧାରଣ କରନ୍ତୁ ଓ ଅସହାୟଙ୍କୁ ଖାଦ୍ୟ ଓ ବସ୍ତ୍ର ଦାନ କରନ୍ତୁ।
ଶନିଦେବଙ୍କ ଯେକୌଣସି ମନ୍ଦିରକୁ ଯାଇ ପ୍ରଭୁଙ୍କ ନିକଟରେ ତେଲାଭିଷେକ କରନ୍ତୁ।
ଶନିଦେବଙ୍କ ବିଶେଷ କୃପା ପ୍ରାପ୍ତି ପାଇଁ ନିୟମିତ ସକାଳେ ଓ ସନ୍ଧ୍ୟାରେ ନିୟମିତ ପ୍ରଭୁ ହନୁମାନଙ୍କୁ ପୂଜା କରିବା ସହ ହନୁମାନ ଚାଲିସା ପାଠ କରନ୍ତୁ। ଏପରି କରିବା ଦ୍ୱାରା ମଙ୍ଗଳ ଓ ଶନି ଶାନ୍ତ ରୁହନ୍ତି ଓ ଭଗବାନଙ୍କ ବିଶେଷ କୃପା ମିଳେ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories