www.samajalive.in
Saturday, December 6, 2025
16.1 C
Bhubaneswar

୨୦ରୁ ରାଷ୍ଟ୍ରପତିଙ୍କ ୨ ଦିନିଆ ଓଡ଼ିଶା ଗସ୍ତ

ରାଇରଙ୍ଗପୁର : ଚଳିତ ନଭେମ୍ବର ୨୦ ଓ ୨୧ ତାରିଖ ଦୁଇ ଦିନିଆ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ । ସେ ନିଜ ଜିଲା ତଥା ଜନ୍ମମାଟି ଓ କର୍ମଭୂମି ରାଇରଙ୍ଗପୁରକୁ ଦ୍ୱିତୀୟ ଥର ଗସ୍ତରେ ଆସୁଛନ୍ତି । ଯଦିଓ ରାଷ୍ଟ୍ରପତି ଭବନରୁ ଜିଲା ପ୍ରଶାସନକୁ ଏନେଇ ଅଦ୍ୟାବଧି କୌଣସି ବିଦ୍ଧିବଦ୍ଧ ସୂଚନା ଆସିନାହିଁ, ତଥାପି ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ ଓ ରାଜ୍ୟ ବିଜେପି ସମ୍ପାଦକ ନବୀନ କୁମାର ରାମ ଏଭଳି ଗସ୍ତ ନେଇ ସୂଚନା ଦେଇଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ ରାଷ୍ଟ୍ରପତି ଆସନ୍ତା ୨୦ ତାରିଖରେ ପ୍ରଥମେ ବାରିପଦାରେ ପହଞ୍ଚି ସାନ୍ତାଳୀ ରାଇଟର୍ସ ଏସୋସିଏସନର ଏକ ସ୍ୱତନ୍ତ୍ର ସମ୍ମିଳନୀ ଓ କାର୍ଯ୍ୟକ୍ରମରେ ଯୋଗଦେବେ। ସେଠାରୁ ହେଲିକପ୍ଟର ଯୋଗେ ରାଇରଙ୍ଗପୁରରେ ପହଞ୍ଚିବେ। ରାଇରଙ୍ଗପୁରରେ ସ୍ଥାନୀୟ ଲୋକଙ୍କୁ ଭେଟିବେ ଓ ରାତ୍ରି ଯାପନ କରିବେ। ୨୧ ସକାଳେ ଶ୍ରୀମତୀ ମୁର୍ମୁ ବାଦାମପାହାଡ ଗସ୍ତରେ ଯିବେ। ପୂର୍ବରୁ ପୂଜା ଭେଟି ସ୍ୱରୂପ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବାଦାମପାହାଡରୁ ଶାଲିମାର, ବାଦାମପାହାଡରୁ ରାଉରକେଲା ସାପ୍ତାହିକ ଏକ୍ସପ୍ରେସ ଟ୍ରେନ୍ ଓ ବାଦାମପାହାଡରୁ ଟାଟାନଗର ଦୈନିକ ଟ୍ରେନ (ରବିବାର ବ୍ୟତୀତ)ର ଚଳାଚଳ ନେଇ ଘୋଷଣା କରିଥିଲେ। ଏହି ଗସ୍ତ ସମୟରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ବାଦାମପାହାଡରେ ରେଳ ମନ୍ତ୍ରଣାଳୟ ତରଫରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଟ୍ରେନ୍‌ ଚଳାଚଳର ଶୁଭାରମ୍ଭ କରିବେ। ଏଥିପାଇଁ ଦକ୍ଷିଣ ପୂର୍ବ ରେଳ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ସେହିପରି ତାଙ୍କ ଦ୍ୱାରା ସ୍ଥାପିତ ଏସଏଲଏସ ଟ୍ରଷ୍ଟ ଆବାସିକ ବିଦ୍ୟାଳୟ ନିକଟରେ ଥିବା ଏଲଏଣ୍ଡଟି କମ୍ପାନୀ ସ୍ଥାପିତ ଦକ୍ଷତା ବିକାଶ କେନ୍ଦ୍ରକୁ ଆଭାସୀ ଜରିଆରେ ଲୋକାର୍ପଣ କରାଯିବ। ଏହାବ୍ୟତୀତ ରାଇରଙ୍ଗପୁର ମୁଖ୍ୟ ଡାକଘର ଏବେ ଜିଲା ବା ଡିଭିଜନାଲ ମୁଖ୍ୟ ଡାକ କାର୍ଯ୍ୟାଳୟ ହେବାର ସୂଚନା ମିଳିଛି। ଏହାକୁ ମଧ୍ୟ ବାଦାମପାହାଡରେ ରେଳବାଇ ବିଭାଗର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଭାସୀରେ ରାଷ୍ଟ୍ରପତି ଲୋକାର୍ପଣ କରିବା କାର୍ଯ୍ୟକ୍ରମ ରହିଛି। ସେଥିପାଇଁ ରାଇରଙ୍ଗପୁର ମୁଖ୍ୟ ଡାକଘରେ ଏବେ ଯୁଦ୍ଧକାଳୀନ ଭିତ୍ତିରେ ବ୍ୟାପକ ପୁନରୁଦ୍ଧାର, ଉନ୍ନତିକରଣ ଓ ମରାମତି ଆରମ୍ଭ ହୋଇଛି। ସ୍ୱାଧୀନତାର ୭୫ବର୍ଷ ପରେ ଆଦିବାସୀ ଅଧ୍ୟୁଷିତ ବାମନଘାଟୀ ଉପଖଣ୍ଡର ବାଦାମପାହାଡ ଷ୍ଟେସନରୁ ସାଲିମାର(କୋଲକାତା) ଓ ଶିଳ୍ପ ନଗରୀ ରାଉରକେଲାକୁ ସାପ୍ତାହିକ ଏକ୍ସପ୍ରେସ ଟ୍ରେନ ତଥା ଟାଟାନଗରକୁ ତୃତୀୟ ଯାତ୍ରୀବାହୀ ଟ୍ରେନ ଚାଲିବା ନେଇ ଅଞ୍ଚଳବାସୀ ଉତ୍ସାହିତ ହୋଇପଡିଛନ୍ତି। ବାଦାମପାହାଡ ଠାରେ କାର୍ଯ୍ୟକ୍ରମ ପରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ସମ୍ବଲପୁର ଅଭିମୁଖେ ପ୍ରସ୍ଥାନ କରିବାର ସୂଚନା ମିଳିଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories