ନୂଆଦିଲ୍ଳୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ନୂଆଦିଲ୍ଲୀର ପ୍ରଗତି ମଇଦାନ ଭାରତ ମଣ୍ଡପମରେ ‘ୱାର୍ଲଡ ଫୁଡ ଇଣ୍ଡିଆ ୨୦୨୩’ ପ୍ରଦର୍ଶନୀକୁ ଉଦଘାଟନ କରିବେ। ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରଣାଳୟ ପକ୍ଷରୁ ଏହି ତିନି ଦିନିଆ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଏହାର ଉଦ୍ଦେଶ୍ୟ ହେଉଛି ଭାରତର ସମୃଦ୍ଧ ଖାଦ୍ୟ ସଂସ୍କୃତି ସହିତ ବିଶ୍ୱକୁ ପରିଚିତ କରାଇବା। ମନ୍ତ୍ରଣାଳୟର ସଚିବ ଅନୀତା ପ୍ରବୀଣ କହିଛନ୍ତି ଯେ ଏହି ପ୍ରଦର୍ଶନୀରେ ୨୩ଟି ରାଜ୍ୟ ତଥା ଅନେକ ଦେଶର ପ୍ରାୟ ୧୨୦୦ ଅଂଶଗ୍ରହଣକାରୀ ସେମାନଙ୍କ ଦ୍ବାରା ପ୍ରସ୍ତୁତ ଖାଦ୍ୟ ଦ୍ରବ୍ୟ ପ୍ରଦର୍ଶନ କରିବେ ।
Popular Categories



