www.samajalive.in
Thursday, December 11, 2025
18.1 C
Bhubaneswar

ନାବାଳକକୁ ଛୁରା ମାଡ ଘଟଣା ; ବାକି ଟିଉସନ ଫି’ ପାଇଁ ସାର୍‌‌ଙ୍କ ପୁଅକୁ ହତ୍ୟା କଲା +୨ ଛାତ୍ର

ଖୋର୍ଦ୍ଧା : ଖୋର୍ଦ୍ଧା ଜଟଣୀ ଥାନା ବେଣାପଞ୍ଜରୀ ଗାଁରେ ନାବାଳକ ଶୁଭମ୍‌ଙ୍କୁ ହତ୍ୟା କରିବା ଘଟଣାରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନା ଆସିଛି। ଏହି ଘଟଣାରେ ପୁଲିସ ଗିରଫ କରିଥିବା ଅଭିଯୁକ୍ତ ଜଣଙ୍କ ଜଣେ +୨ ଛାତ୍ର ବୋଲି ଜଣାପଡିଥିବା ବେଳେ ସେ ଟିଉସନ ଫି’ ପାଇଁ ଶୁଭମ୍‌ଙ୍କୁ ହତ୍ୟା କରିଛି ବୋଲି ସାମ୍ବାଦିକ ସମ୍ମିଳନୀରେ ଡିସିପି ପ୍ରତୀକ ସିଂହଙ୍କ ପକ୍ଷରୁ ସୂଚନା ମିଳିଛି। ଶୁଭମ୍‌ଙ୍କ ବାପା ଓ ମାଆ ଟିଉସନ କରନ୍ତି। ଉକ୍ତ ଅଭିଯୁକ୍ତ ଛାତ୍ର ଜଣକ ସେଠାରେ ଟିଉସନ ହେବା ସହ ତାଙ୍କ ଫି’ ବାକି ଥିଲା। ପ୍ରାୟ ୩ ରୁ ୫ ହଜାର ଟଙ୍କା ଟିଉସନ ଫି’ ବାକି ରହିଥିଲା। ବାକି ଟଙ୍କା ଦେବାକୁ ଟିଉସନ ସାର୍‌‌ କହୁଥିଲେ।

ଏହାକୁ ନେଇ ଲଜ୍ଜିତ ସହ ପ୍ରତିଶୋଧ ପରାୟଣ ହୋଇଥିଲା ଅଭିଯୁକ୍ତ। ଗତକାଲି ସନ୍ଧ୍ୟାରେ ଶୁଭମ୍‌ ଘରେ ପଢୁଥିବା ସମୟରେ ଅଭିଯୁକ୍ତ ଘରେ ପଶି ଛୁରିରେ ଆକ୍ରମଣ କରିଥିଲା। ଘଟଣା ପରେ ପୁଲିସ ସେଠାରୁ ଗୋଟିଏ ବ୍ୟାଗ୍‌‌ ଓ ୟୁନିଫର୍ମ ପାଇଥିଲା। ଏହା ଆଧାରରେ କାଲି ଅଭିଯୁକ୍ତ ଛାତ୍ରକୁ ଧରାଯାଇଛି। ଅଭିଯୁକ୍ତ ଛାତ୍ର ଜଣକ ହତ୍ୟା କରିଥିବା ସ୍ୱୀକାର କରିଥିବା ଡିସିପି କହିଛନ୍ତି। ବାରମ୍ବାର ଟଙ୍କା ମାଗିବାରୁ ସେ ଏଭଳି କରିଥିବା କହିଛି। ଘଟଣା ସମଗ୍ର ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି।

- Advertisement -

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories