www.samajalive.in
Monday, December 8, 2025
13.1 C
Bhubaneswar

ଲଗାତର ଟ୍ରେନ୍ ଦୁର୍ଘଟଣା ପାଇଁ ନୈତିକ ଦାୟିତ୍ୱ ନେଇ ରେଳମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ

ଭୁବନେଶ୍ୱର: ଲଗାତର ଟ୍ରେନ୍ ଦୁର୍ଘଟଣା ପାଇଁ ନୈତିକ ଦାୟିତ୍ୱ ନେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଇସ୍ତଫା ଦାବି କରିଛି କଂଗ୍ରେସ। ସୋମବାର ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତା ପଞ୍ଚାନନ କାନୁନଗୋ ଦେଶରେ ଏବଂ ବିଶେଷ କରି ପୂର୍ବତଟ ରେଳପଥରେ ବାରମ୍ବାର ଘଟୁଥିବା ରେଳ ଦୁର୍ଘଟଣା ପାଇଁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଅପାରଗ ଓ ଦାୟିତ୍ୱହୀନ ଦର୍ଶାଇ ତାଙ୍କ ଇସ୍ତଫା ଦାବି କରିଛନ୍ତି। ସେ କହିଛନ୍ତି, ଓଡ଼ିଶାରୁ ଉଭୟ ବିଜେଡ଼ି ଓ ବିଜେପିର ସମର୍ଥନରେ ମିଳିତ ପ୍ରାର୍ଥୀ ଭାବରେ ରାଜ୍ୟସଭାକୁ ନିର୍ବାଚିତ ହୋଇ କେନ୍ଦ୍ରରେ ରେଳମନ୍ତ୍ରୀ ହୋଇଥିବା ଅଶ୍ୱିନୀ ବୈଷ୍ଣବ ଆଜି ଓଡ଼ିଶାର ଲଜ୍ଜା ଓ ଦେଶବାସୀଙ୍କ ପାଇଁ ଦୁଃଖ ପାଲଟିଛନ୍ତି। ପୂର୍ବରୁ ରେଳବିଭାଗ ପାଇଁ ଏକ ସ୍ୱତନ୍ତ୍ର ବଜେଟ୍ ସଂସଦରେ ଉପସ୍ଥାପନ କରାଯାଉଥିଲା। କିନ୍ତୁ ମୋଦୀ ସରକାରଙ୍କ ସମୟରେ ରେଳ ବେଜଟ୍ ସାଧାରଣ ବଜେଟ୍ ଭିତରେ ମିଶାଇ ଦିଆଯିବା ଫଳରେ ରେଳ ବଜେଟର ଅନେକ ବୈଷୟିକ କାର୍ଯ୍ୟକଳାପ ଓ ଆର୍ଥିକ ସ୍ଥିତି ବିଷୟରେ ସାଧାରଣ ଜନତାଙ୍କର ଜାଣିବାର ସୁଯୋଗ ନାହିଁ। ବନ୍ଦେ ଭାରତ ଏକ୍ସପ୍ରେସ ଭଳି ଏକ ନିର୍ଦ୍ଦିଷ୍ଟ ଟ୍ରେନକୁ ଅତ୍ୟଧିକ ବେଗରେ ଚଳାଇବା ପାଇଁ ଯେଉଁ ତୁଚ୍ଛା ପ୍ରତିଯୋଗିତା ଆରମ୍ଭ କରାଯାଇଛି ସେଥିରେ ସାଧାରଣ ଭାବରେ ଚଳାଚଳ କରୁଥିବା ସୁପରଫାଷ୍ଟ, ଏକ୍ସପ୍ରେସ ଏବଂ ପାସେଞ୍ଜର ଟ୍ରେନଗୁଡ଼ିକର ସୁରକ୍ଷା ବ୍ୟବସ୍ଥା ବିପନ୍ନ ହୋଇଛି । ୨୦୦୦ ମସିହାରୁ ୨୦୨୩ ମସିହା ଭିତରେ ଟ୍ରେନର ସଂଖ୍ୟାରେ ୭୦% ବୃଦ୍ଧି ପାଇଥିବା ବେଳେ ସେହି ତୁଳନାରେ ଅଧିକ ସଂଖ୍ୟକ ରେଲୱେ ଟ୍ରାକ ବିଛାଇବା କାର୍ଯ୍ୟ ଆଦୌ କରାଯାଇନାହିଁ। ରେଲୱେ ସିଗ୍‌ନାଲ ସିଷ୍ଟମରେ ବ୍ୟାପକ ବୈଷୟିକ ତୃଟି ଯୋଗୁଁ ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣା ଏବଂ ପରବର୍ତୀ ଅବସ୍ଥାରେ ଦେଶରେ ବିଭିନ୍ନ ସ୍ଥାନରେ ରେଳ ଦୁର୍ଘଟଣା ଘଟି ବ୍ୟାପକ ଧନଜୀବନ ନଷ୍ଟ ହେବା ସହ ଅନେକ ଲୋକଙ୍କର ଅକାଳରେ ମୃତ୍ୟୁ ଘଟିଛି।

ସେ ଆହୁରି କହିଛନ୍ତି, ଗତକାଲି ସନ୍ଧ୍ୟାରେ ଆନ୍ଧ୍ରପ୍ରଦେଶ ଓଡ଼ିଶା ସୀମାରେ ଦୁଇଟି ପାସେଞ୍ଜର ଟ୍ରେନ ମଧ୍ୟରେ ଘଟିଥିବା ଦୁର୍ଘଟଣା ଅତି ଦୁଃଖଦାୟକ। ଏଥିରେ ବର୍ତମାନ ସୁଦ୍ଧା ୧୩ରୁ ଅଧିକ ଲୋକଙ୍କ ମୃତ୍ୟୁବ ଘଟିବା ସହ ଅନେକ ଲୋକ ଗୁରୁତର ଆହତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। କିନ୍ତୁ ଏତେ ଦୁର୍ଘଟଣା ଘଟିବା ସତ୍ତ୍ବେ ରେଳମନ୍ତ୍ରୀ କିଛି ଶିକ୍ଷାଲାଭ କଲାଭଳି ଲାଗୁନାହିଁ ବୋଲି କହିଛନ୍ତି ପଞ୍ଚାନନ। ତେଣୁ ଓଡ଼ିଶାକୁ ଜାତୀୟସ୍ତରରେ ଅଧିକ ଲଜ୍ଜିତ ହେବାକୁ ନଦେଇ ନୈତିକତା ଦୃଷ୍ଟିରୁ ତୁରନ୍ତ ଇସ୍ତଫା ଦେବାପାଇଁ ପଞ୍ଚାନନ କାନୁନଗୋ ଦାବି କରିଛନ୍ତି। ପ୍ରଦେଶ କଂଗ୍ରେସ ମୁଖପାତ୍ର ପ୍ରଶାନ୍ତ ଶତପଥି ରେଳ ବିଭାଗର ଦାୟିତ୍ୱହୀନତା ଓ ଉଦାସୀନତାକୁ ନେଇ ପ୍ରଶ୍ନ କରିବା ସହିତ ବିଜେପି ବିଜେଡି ଭାଇଚାରାର ମୂର୍ତିମନ୍ତ ପ୍ରତୀକ ରେଳମନ୍ତ୍ରୀଙ୍କୁ ତୁରନ୍ତ ପଦରୁ ଇସ୍ତଫା ଦେବାକୁ ଆହ୍ୱାନ ଦେଇଛନ୍ତି।

Hot this week

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

Related Articles

Popular Categories