ସମ୍ବଲପୁର: ସମ୍ବଲପୁରର ଉପକଣ୍ଠସ୍ଥ ଜୟନ୍ତପୁର ଛକ ଠାରେ ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ୨ ଜଣ ଭାଇ ମୃତ୍ୟୁବରଣ କରିଛନ୍ତି। ସଦର ପୁଲିସର ସୂଚନାନୁଯାୟୀ, ସକାଳ ପ୍ରାୟ ୯ଟା ସମୟରେ ଏକ ତେଲ ଟ୍ୟାଙ୍କର ଯାଉଥିବା ବେଳେ ଜୟନ୍ତପୁର ଛକ ନିକଟରେ ପଛ ପଟରୁ ଏକ ମୋଟର ସାଇକେଲ ଦ୍ରୁତଗତିରେ ପିଟି ହୋଇଥିଲା। ଏଣୁ ଉକ୍ତ ମୋଟର ସାଇକେଲରେ ଯାଉଥିବା ଯୁଯୁମୁରା ଥାନା ଅର୍ନ୍ତଗତ ଭଣ୍ଡାରିମାଳ ନିବାସୀ ଗୌରୀଶଙ୍କର ବାରିକ (୬୯) ଓ ଅଚ୍ୟୁତାନନ୍ଦ ବାରିକ (୬୨) ଦୁର୍ଘଟଣାର ଶିକାର ହୋଇ ତଳେ ପଡ଼ିଯାଇଥିଲେ। ତୁରନ୍ତ ସ୍ଥାନୀୟ ଲୋକେ ଓ ପୁଲିସ ଉଦ୍ଧାର କରି ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିବା ବେଳେ ସେଠାରେ ସେମାନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏଣୁ ସଦର ପୁଲିସ ମାମଲା ରୁଜୁ କରି ଉଭୟ ଟ୍ୟାଙ୍କର ଓ ମୋଟର ସାଇକେଲକୁ ଜବତ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଛି।
Popular Categories



