www.samajalive.in
Monday, December 8, 2025
14.1 C
Bhubaneswar

ଗଞ୍ଜେଇ ଚାଲାଣକାରୀଙ୍କୁ ୪ ବର୍ଷ ସଶ୍ରମ କାରାଦଣ୍ଡ

ସମ୍ବଲପୁର: ସମ୍ବଲପୁର ଜିଲା ଅବକାରୀ ବିଭାଗର ସଦର ରେଞ୍ଜ ପକ୍ଷରୁ ଗତ ବର୍ଷ ଜୁଲାଇ ୨୨ ତାରିଖରେ ଏକ ଚଢ଼ଉ ସମୟରେ ସଦର ଥାନାଞ୍ଚଳ ଭୋଇପାଲି ନିବାସୀ ମହେନ୍ଦ୍ର ଡିଲଙ୍କୁ ୧.୫ କିଗ୍ରା ଗଞ୍ଜେଇ ସମେତ ଗିରଫ କରାଯାଇଥିଲା। ଏଣୁ ଏକ ମାମଲା ରୁଜୁ କରାଯାଇ ଅବକାରୀ ବିଭାଗ ତରଫରୁ ଅଭିଯୁକ୍ତଙ୍କୁ ଅଦାଲତଙ୍କ ମାଧ୍ୟମରେ ଜେଲ ହାଜତକୁ ପଠାଯାଇଥିଲା। ଏହି ମାମଲାର ଶୁଣାଣି ସମୟରେ ଜିଲା ସ୍ୱତନ୍ତ୍ର ବିଚାରପତି ଅଭିଯୁକ୍ତ ମହେନ୍ଦ୍ର ଡିଲଙ୍କୁ ଦୋଷୀ ରୂପେ ସାବ୍ୟସ୍ତ କରି ୪ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୧୦ ହଜାର ଟଙ୍କାର ଜରିମାନା ଆଦାୟ ପାଇଁ ଫଇସଲା ଦେଇଛନ୍ତି। ଏହି ମାମଲାକୁ ସ୍ୱତନ୍ତ୍ର ପିପି ଜ୍ଞାନରଞ୍ଜନ ପଣ୍ଡା ସରକାରଙ୍କ ତରଫରୁ ପରିଚାଳନା କରୁଥିବା ବେଳେ ଆଇନଜୀବୀ ଜେ. କେ. ହୋତା ଓ ସାଥି ମାନେ ଅଭିଯୁକ୍ତଙ୍କ ତରଫରୁ ମାମଲାକୁ ପରିଚାଳନା କରୁଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories